ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ଫଳ ବାହାରିବାର ୧୩ ଦିନ ବିତିଲାଣି। ତଥାପି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଗଣିତ ଛିଣ୍ଡୁନି। ବିଜେପି ଦେବେନ୍ଦ୍ର ଫଡ଼୍‌ନାବିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବକୁ ଜିଦ୍‌ ଧରିଥିବା ବେଳେ ଶିବସେନା ଫିପ୍ଟି-ଫିପ୍ଟି ପଲିସିରେ ଅଟଳ ରହିଛି।

ବିଜେପି ନେତା ମନଗୁଣ୍ଟିୱାର କହିଛନ୍ତି ଯେ ଆମେ ଗୁରୁବାର ଦିନ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବୁ। ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ହିଁ ସରକାର ଗଠନ କରିବ। ଯେଉଁ ସମସ୍ୟା ଅଛି ସେଠି ସମାଧାନ ବି ଅଛି। ହେଲେ ବିଜେପି ନେତାଙ୍କ ଏହି ମନ୍ତବ୍ୟକୁ ଗ୍ରହଣ କରୁନି ଶିବସେନା। ଦଳର ନେତା ସଞ୍ଜୟ ରାୱତ କହିଛନ୍ତି ବିଜେପି ରାଜ୍ୟପାଳଙ୍କୁ ଯଦି ଭେଟିବାକୁ ଚାହୁଁଛି ତାହାଲେ ଭେଟୁ। ବିଜେପି ହେଉଛି ସବୁଠୁ ବଡ଼ ପାର୍ଟି। ଏଣୁ ସେ ସରକାର ଗଠନ କରୁ। ହେଲେ ବିଜେପି ପ୍ରଥମେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରୁ।

ଏହାରି ମଧ୍ୟରେ ବୁଧବାର ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି ଶିବସେନା ନେତା ସଞ୍ଜୟ ରାୱତ। ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ମେଣ୍ଟ ମଧ୍ୟରେ ବାଦ ବିବାଦ ଲାଗି ରହିଛି। ଏପରି ପରିସ୍ଥିତିରେ ଶିବସେନା ସଞ୍ଜୟ ରାୱତ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି।

କିଛିଦିନ ତଳେ ସଞ୍ଜୟ ଶିବସେନା ଓ ଏନସିପି ମଧ୍ୟରେ ମେଣ୍ଟ ସରକାର ହୋଇପାରିବ ବୋଲି କହିସାରିଛନ୍ତି। ଏପରିକି କଂଗ୍ରେସ- ଏନସିପିର ବିଧାୟକଙ୍କୁ ନେଇ ଶିବସେନା ସରକାର ଗଠନ କରିବ ବୋଲି ସେ କହିଥିଲେ। ତେଣୁ ଶରଦଙ୍କ ସହ ତାଙ୍କର ଏହି ସାକ୍ଷାତକୁ ଚର୍ଚ୍ଚା ଜୋରଧରିଛି।

Comment