ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ବିଧାନସଭାର ଗୃହ କମିଟି ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଥିଲେ। ବରିଷ୍ଠ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ନେତୃତ୍ଵରେ ଏହି କମିଟି ମୟୂରଭଞ୍ଜ ଗସ୍ତରେ ଆସିଥିଲେ। ଏହି ଗସ୍ତରେ କମିଟି ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ଅନ୍ୟାନ୍ୟ କେତେକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ।

କମିଟି ବାରିପଦା ମେଡିକାଲ କଲେଜ ଓ ହସ୍ପିଚାଲ ପରିଦର୍ଶନ କରି ସେଠାରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ କର୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ‘ମୋ ସରକାର’ ବ୍ୟବସ୍ଥା ଦ୍ଵାରା ମୟୂରଭଞ୍ଜ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ଦ୍ଵାରା ପୂରଣ ହେବ ବୋଲି ସେ କହିଥିଲେ।

ଏହି ଅବସରରେ କମିଟି ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସହ ଆଲୋଚନା ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ତଥା ରାଜ୍ୟର ଅନେକ ବିଧାୟକମାନେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ମୋରଡା ବିଧାୟକ ରାଜକିଶୋର ଦାସ, କରଞ୍ଜିଆର ବାସନ୍ତୀ ହେମ୍ରମ, ସାରସକଣା ବିଧାୟକ ବୁଢାନ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।

Comment