ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲିପଷ୍ଟିକ ବିନା ମହିଳାଙ୍କ ମେକ୍ଅପ୍ ଅସମ୍ପୂର୍ଣ୍ଣ। ମହିଳାମାନେ ଅନ୍ୟ ମେକ୍ଅପ୍ ପ୍ରଡକ୍ଟ ଅପେକ୍ଷା ଲିପଷ୍ଟିକକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏମିତି ବି କିଛି ମହିଳା ଅଛନ୍ତି ଯେଉଁମାନେ ବିନା ଲିପଷ୍ଟିକରେ ଘର ବାହାରକୁ ଯାଆନ୍ତି ନାହିଁ।  ଯଦି ଆପଣ ବି ଲିପଷ୍ଟିକ ଲଗାଇବାକୁ ଭଲ ପାଉଛନ୍ତି ତେବେ ଜାଣି ରଖନ୍ତୁ ଲିପଷ୍ଟିକ ଲଗାଇବାର ଠିକ ପ୍ରକ୍ରିୟା।

ଲିପଷ୍ଟିକ ଲଗାଇବା ପୂର୍ବରୁ ପ୍ରଥମେ ଓଠରେ ଲିପ୍‌ ବାମ୍‌ ଲଗାନ୍ତୁ। କାରଣ ଯଦି ଆପଣଙ୍କ ଓଠ ଶୁଷ୍କ ବା ଫଟା ହୋଇଥିବ ତେବେ ଆପଣଙ୍କ ସୁନ୍ଦରତା ନଷ୍ଟ ହୋଇପାରେ। ତେଣୁ ପ୍ରଥମେ ଲିପ୍‌ ବାମ୍‌ ଲଗାଇ ଲିପଷ୍ଟିକ ଲଗାନ୍ତୁ।

ଲିପଷ୍ଟିକ ଲଗାଇବା ପୂର୍ବରୁ ପ୍ରଥମେ ପେନସିଲ୍‌ରେ ଏକ ଆଉଟ ଲାଇନ କରି ନିଅନ୍ତୁ। ଏହାଦ୍ୱାରା ଆପଣ ସାଇଜରେ ଲିପଷ୍ଟିକ ଲଗାଇ ପାରିବେ। ଏହା ଆପଣଙ୍କ ଓଠକୁ ଅଧିକ ଆକର୍ଷଣୀୟ କରିବ।

ଲିପଷ୍ଟିକ ଲଗାଇବା ସମୟରେ ଟିକେ ଗାଢ କରି ଲଗାନ୍ତୁ। ରାତିରେ ଶୋଇବା ପୂର୍ବରୁ ଲିପଷ୍ଟିକ ଛଡ଼ାଇ ନିଶ୍ଚୟ ଶୁଅନ୍ତୁ।

Comment