ଓଡ଼ିଶାଲାଇଭ୍ ବ୍ୟୁରୋ

ଭାଇରାଲ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ଦାମୋଦର ବେଶର ଫଟୋ। ଗୁରୁବାର ମହାପ୍ରଭୁ ଲିଙ୍ଗରାଜଙ୍କର ଦାମୋଦର ବେଶର ଏକ ଫଟୋ ଫେସବୁକରେ ଭାଇରାଲ ହୋଇଛି।

ପ୍ରଦୀପ୍ତ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କର ଫେସବୁକରେ ଏହି ଫଟୋଟି ପ୍ରଥମେ ଦେଖିବାକୁ ମିଳିଥିଲା। ଏହାପରେ ହଠାତ୍ ଏହି ଫଟୋଟି ସୋସିଆଲ୍ ମିଡିଆରେ ଭାଇରାଲ ହୋଇଯାଇଥିଲା। ତେବେ ଏହି ଫଟୋଟି ଅକ୍ଟୋବର ୧୪ ତାରିଖରେ ବୋଲି ଜଣାପଡ଼ିଛି।

ଲିଙ୍ଗରାଜ ମନ୍ଦିର ଭିତରକୁ ମୋବାଇଲ୍ ଫୋନର ବାରଣ ଥିଲେ ମଧ୍ୟ ଏହି ଫଟୋ କେମିତି ଉଠିଲା ଏବେ ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଖବର ପ୍ରକାଶ ପାଇବା ପରେ ଲିଙ୍ଗରାଜ ପୋଲିସ୍ ଷ୍ଟେସନ ପକ୍ଷରୁ ଏନେଇ ତଦନ୍ତ ଆରମ୍ଭ ହୋଇଛି।

କାର୍ତ୍ତିକ ମାସର ପ୍ରତ୍ୟେକ ଦିନ ମହାପ୍ରଭୁ ଲିଙ୍ଗରାଜ ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଏହି ବେଶ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିରରେ ଭିଡ଼ ଜମାଇଥାନ୍ତି।

କିଛି ଦିନ ପୂର୍ବରୁ ଜଗନ୍ନାଥ ମନ୍ଦିର ଭିତର ବେଢ଼ାର ମଧ୍ୟ ଭିଡିଓ ଭାଇରାଲ ହୋଇଥିଲା। ଯାହାକୁ ନେଇ ମନ୍ଦିରର ନିରାପତ୍ତା ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା।

Comment