ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଟି-୨୦ରେ ରୋହିତ ଶର୍ମା ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ମ୍ୟାଚ ମାଧ୍ୟମରେ ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ୧୦୦ତମ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଏହାସହ ଏହି ରେକର୍ଡ କରିବାରେ ସେ ବିଶ୍ଵ କ୍ରିକେଟର ଦ୍ଵିତୀୟ ଖେଳାଳି ହୋଇଛନ୍ତି।

ବିଶ୍ଵ କ୍ରିକେଟରେ ପାକିସ୍ତାନର ଏକମାତ୍ର ଖେଳାଳି ଭାବେ ସୋଏବ ମଲ୍ଲିକ ୧୧୧ ଟି-୨୦ ମ୍ୟାଚ ଖେଳିଛନ୍ତି। ତେବେ ଏହି ରେକର୍ଡର ମଧ୍ୟ ନିକଟତର ହୋଇଛନ୍ତି ରୋହିତ। କାରଣ ସୋଏବ ମଲ୍ଲିକ କ୍ରିକେଟରୁ ଅବସର ନେଇ ସାରିଛନ୍ତି।

ଭାରତ-ବାଂଲାଦେଶ ମଧ୍ୟରେ ଦ୍ଵିତୀୟ ଟି-୨୦ରେ ରୋହିତ ଧୁଆଁଧାର ବ୍ୟାଟିଂ କରିଥିଲେ। ଏହି ମ୍ୟାଚରେ ରୋହିତ ୪୩ ବଲରେ ୮୫ ରନ କରିଥିଲେ। ଯେଉଁଥିରେ ୬ଟି ଛକା ଓ ୬ ଚୌକା ରହିଥିଲା।

ପ୍ରଥମ ଟି-୨୦ରେ ବାଂଲାଦେଶ ଭାରତଠୁ ବିଜୟୀ ହୋଇ ୧-୦ରେ ସିରିଜରେ ଆଗୁଆ ରହିଥିଲା। ହେଲେ ରାଜକୋଟ ଟେଷ୍ଟରେ ଭାରତ ୭ ଓ୍ଵିକେଟରେ ବିଜୟୀ ହୋଇ ସିରିଜକୁ ୧-୧ରେ ବରାବର କରିଛି।

Comment