ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖରିଫ୍‌ ଧାନ କ୍ରୟ ପାଇଁ ଆସନ୍ତା ୩୦ ତାରିଖଠାରୁ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯିବା। ଏନେଇ ଶୁକ୍ରବାର ଜିଲ୍ଲା ପ୍ରଶାସନ ପକ୍ଷରୁ ବସିଥିବା ବୈଠକରେ ସୂଚନା ଦିଆଯାଇଛି।

ଚଳିତ ବର୍ଷ ଖରିଫ ଋତୁରେ ଅମଳ ହେବାକୁ ଥିବା ଧାନ କିଣିବା ପାଇଁ ମୟୁରଭଞ୍ଜ ଜଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ମୟୁରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନଭେମ୍ବର ୩୦ରୁ ଜିଲ୍ଲାରେ ଧାନ ମଣ୍ଡି ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ ଧାନ କ୍ରୟ ପାଇଁ ଆଗାମୀ ୩୦ ତାରିଖଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯିବ। ଚଳିତ ବର୍ଷ ପାଇଁ ଏମ୍‌ଏସ୍‌ପି ଧାନ କୁଇଣ୍ଟାଲ ପିଛା ୧୮୧୫ ଟଙ୍କା ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଦର ଭାବେ ଘୋଷଣା କରାଯାଇଛି। ମୟୁରଭଞ୍ଜ ଜିଲ୍ଲାରେ ଏହି ଧାନ କିଣା କାର୍ଯ୍ୟ ଜିଲ୍ଲା ଯୋଗାଣ ବିଭାଗ, କୃଷି ବିଭାଗ ଏବଂ ସମବାୟ ବିଭାଗର ମିଳିତ ସହଯୋଗରେ ପରିଚାଳିତ ହେବ।

କାର୍ଯ୍ୟକ୍ରମକୁ ଦକ୍ଷତାର ସହିତ ପରିଚାଳନା କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ବୈଠକରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର କୋଣସି ଅଞ୍ଚଳରେ ଚାଷୀମାନେ ଯେପରି ଅଭାବୀ ଧାନ ବିକ୍ରିର ଶୀକାର ନହୁଅନ୍ତି ତା’ପ୍ରତି ନଜର ରଖିବାକୁ ବୈଠକରେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ସମେତ ମୋରଡ଼ା ବିଧାୟକ ରାଜକିଶୋର ଦାସ, ଉଦଳା ବିଧାୟକ ଭାସ୍କର ମଡ଼େଇ ଏବଂ ବଡ଼ସାହି ବିଧାୟକ ସନାତନ ବିଜୁଳି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବିଧାୟକ ଏବଂ ସାଂସଦମାନଙ୍କ ପ୍ରତନିଧି ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Comment