ଓଡିଶାଲାଇଭ୍  ବ୍ୟୁରୋ

କଟକ ଭଗତପୁର ସାରଦା ଶିକ୍ଷା ନିକେତନଠାରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି।

ଏହି ମେଳାରେ ସ୍କୁଲର ଛାତ୍ରଛାତ୍ରୀ ୩୬ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀମାନେ ପ୍ରକଳ୍ପ ସଂପର୍କରେ ଅତିଥିମାନଙ୍କୁ ବୁଝାଇଥିଲେ।

ଏହି ଉପଲକ୍ଷେ ଆୟୋଜିତ ଉଦଘାଟନୀ ଉତ୍ସବରେ ସ୍କୁଲର ସଭାପତି ବିଦ୍ୟୁତ ଲାଲା ସଭାପତିତ୍ୱ କରିଥିଲେ।

ଏହି ଉତ୍ସବରେ ଡାକ୍ତର ରବିରଂଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନର ଉପଯାଗିତା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହିତ ବିଜ୍ଞାନକୁ ସବୁ ସ୍ତରରେ ଅତି ସହଜ ଓ ସରଳ ଭାଷାରେ ପ୍ରସାର କରିବାକୁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ଦୀପକ ଗୁପ୍ତା ଓ ପୂର୍ବତନ କର୍ପୋରେଟର ଚନ୍ଦନ ଦାସ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ମେଳାରେ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଓ ଅନ୍ୟ ଶିକ୍ଷକଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ।

Comment