ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ବୁଲବୁଲ୍ ଏବେ ପଶ୍ଚିମବଙ୍ଗ ଉପକୂଳ ନିକଟବର୍ତ୍ତୀ ମୁହଁ ହେଉଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି।

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ଶନିବାର ସକାଳ ଶେଷ ସୁଦ୍ଧା ପାରାଦୀପ, ଚାନ୍ଦାବାଲି ଓ ରାଜକନିକା ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି।

ପାରାଦୀପ ଓ ଜଗତସିଂହପୁର ଜିଲ୍ଲାରେ ୧୬୩.୯ ମିଲିମିଟର ବର୍ଷା ହୋଇଛି। ସେହିପରି ଚାନ୍ଦବାଲିରେ ୧୫୦.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜକନିକା ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୩୬ ମିଲିମିଟର ବର୍ଷା ହୋଇଛି।

ଏହାସହ ତିର୍ତ୍ତୋଲ ଅଞ୍ଚଳରେ ୧୦୦ ମିଲିମିଟର, ଭଦ୍ରକରେ ୭୨.୦ ମିଲିମିଟର, କୁଜଙ୍ଗରେ ୫୬.୦ ମିଲିମିଟର, ବାଲେଶ୍ୱର ଓ ଭୋଗରାଇ ଅଞ୍ଚଳରେ ୫୨.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଶନିବାର ଓଡ଼ିଶା ଉତ୍ତର ଉପକୂଳ ଜିଲ୍ଲାମାନଙ୍କରେ ଏହି ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here