ଓଡ଼ିଶାଲାଇଭ୍ ବ୍ୟୁରୋ

ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ବୁଲ୍‌ବୁଲ୍‌।

ବୁଲ୍‌ବୁଲ୍‌ ପ୍ରଭାବରେ ଆସନ୍ତା ୪ରୁ ୫ ଘଣ୍ଟା ଯାଏଁ ଲାଗି ରହିବ ବର୍ଷା, ପବନ – ଏସ୍‌ଆର୍‌ସି

‘‘ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ବାତ୍ୟା ବୁଲ୍‌ବୁଲ୍‌ ବର୍ତ୍ତମାନ ପାରାଦୀପର ପୂର୍ବ ଓ ଉତ୍ତର ପୂର୍ବଦିଗଠାରୁ ୯୫ କିଲୋମିଟର ଦୂରରେ ରହିଛି। ଏହା ଘଣ୍ଟାକୁ ପ୍ରାୟ ୧୩ କିଲୋମିଟର ବେଗରେ ଗତି କରୁଛି। ଆଜି ରାତି ଅପରାହ୍‌ଣ ୫ଟାରୁ ରାତି ୯ଟା ମଧ୍ୟରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ସୀମା ଦେଇ ଅତିକ୍ରମ କରିବ’’, କହିଛନ୍ତି ସ୍ଵିନ୍ତ ରିଲିଫ୍‌ କମିସନର ପ୍ରଦୀପ ଜେନା।

ପାରାଦୀପଠାରୁ ୯୫ କିଲୋମିଟର ଦୂରରେ ‘ବୁଲ୍‌ବୁଲ୍‌’

ଭାରତୀୟ ପାଣିପାଗ ବିଭାଗର ବୁଲେଟିନ୍‌ ଅନୁଯାୟୀ, ବାତ୍ୟା ବୁଲ୍‌ବୁଲ୍‌ ବର୍ତ୍ତମାନ ପାରାଦୀପର ପୂର୍ବ ଓ ଉତ୍ତର ପୂର୍ବଦିଗଠାରୁ ୯୫ କିଲୋମିଟର ଦୂରରେ ରହିଛି। ଏହା ଘଣ୍ଟାକୁ ପ୍ରାୟ ୧୩ କିଲୋମିଟର ବେଗରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ମୁହାଁ ହେଉଛି।

ଅଢ଼େଇ ହଜାର ଲୋକଙ୍କୁ ସ୍ଥାନାନ୍ତର

ତଳିଆ ଅଞ୍ଚଳର ପାଖାପାଖି ଅଢ଼େଇ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଶାସନ ପକ୍ଷରୁ ଏମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ନିଆଯାଇ ସେମାନଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି।

ଅପରାହ୍‌ଣ ୫ଟାରୁ ରାତି ୧୦ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୁଲ୍‌ବୁଲ୍‌ – ପାଣିପାଗ ବିଭାଗ

ଆଜି ଅପରାହ୍‌ଣ ୫ଟାରୁ ରାତି ୧୦ ମଧ୍ୟରେ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ବୁଲ୍‌ବୁଲ୍‌। ଫଳରେ ଆସନ୍ତା ୪ରୁ ୫ ଘଣ୍ଟା ଯାଏଁ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ପବନ ହେବ। ଭଦ୍ରକ ଓ ବାଲେଶ୍ୱରରେ ଏହାର ପ୍ରଭାବ ଅଧିକ ରହିବ।

ବୁଲ୍‌ବୁଲ୍‌ ପ୍ରଭାବରେ ରାଜନଗରରେ ସର୍ବାଧିକ ବର୍ଷା

ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ବଢ଼ିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ତେବେ କେନ୍ଦ୍ରାପଡ଼ାର ରାଜନଗରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ରାଜନଗରରେ ୧୮୦.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ରାଜକନିକାରେ ୧୩୬.୦ ମିଲିମିଟର ବର୍ଷା ହେଉଥିବା ବେଳେ ଭଦ୍ରକର ଚାନ୍ଦବାଲିରେ ୧୫୦.୧ ମିଲିମିଟର ରେକର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here