ଓଡ଼ିଶାଲାଇଭ ବ୍ୟୁରୋ

ଦ୍ୱିତୀୟ ଟି-୨୦ରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହ ବାଂଲାଦେଶଠାରୁ ପ୍ରଥମ ଟି-୨୦ର ବଦଲା ନେଇଛି ଟିମ୍‌ ଇଣ୍ଡିଆ। କ୍ୟାପଟେନ୍ ରୋହିତ ଶର୍ମାଙ୍କ ବିସ୍ଫୋରକ ୮୩ରନ୍ ବଳରେ ସିରିଜକୁ ୧-୧ରେ ବରାବର କରିଛି ଟିମ୍ ଇଣ୍ଡିଆ। ରୋହିତ ଏହି ଦମଦାର ଇଂନିସରେ ସେ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି।

ସର୍ବାଧିକ ଶତକୀୟ ପାର୍ଟନରସିପ୍

ଏହି ଇଂନିସରେ ଶିଖର ଧାୱନଙ୍କ ସହ ରୋହିତ ଶତକୀୟ ଭାଗିଦାରୀ ଗଠନ କରିଥିଲେ। ଟି-୨୦ କ୍ରିକେଟରେ ଏହି ଯୋଡ଼ିଙ୍କର ଏହା ଚତୁର୍ଥ ଶତକୀୟ ପାର୍ଟନରସିପ୍ ଥିଲା। ଯାହାକି ଟି-୨୦ର କୌଣସି ଓପନିଂ ଯୋଡ଼ି ପାଇଁ ସର୍ବାଧିକ।

ସବୁଠୁ ଅଧିକ ଥର ୭୫ ରନ୍

ଏହି ୮୩ରନର ଇଂନିସ ସହ ରୋହିତ ଟି-୨୦ରେ ସବୁଠୁ ଅଧିକ ଥର ୭୫ ରନ କରିଥିବା ଖେଳାଳି ହୋଇଯାଇଛନ୍ତି। ରୋହିତ ବର୍ତ୍ତମାନ ଟି-୨୦ରେ ୧୦ଥର ୭୫ରନରୁ ଅଧିକ ସ୍କୋର କରିସାରିଲେଣି।

ଟି-୨୦ କ୍ରିକେଟରେ ୨ହଜାର ୫୦୦ରନ୍ ପୂରଣ

ଏହି ଇଂନିସରେ ରୋହିତ ଟି-୨୦ କ୍ରିକେଟରେ ୨ହଜାର ୫୦୦ରନ୍ ପୂରଣ କରିଛନ୍ତି। ପ୍ରଥମ ଖେଳାଳି ଭାବେ ସେ ଏହି ଫର୍ମାଟରେ ୨୫୦୦ରନ୍ କରିଛନ୍ତି। ବର୍ତ୍ତମାନ ଟି-୨୦ରେ କୋହଲିଙ୍କୁ ଟପି ରୋହିତ ସବୁଠୁ ଅଧିକ ରନ୍ କରିଥିବା ଖେଳାଳି ହୋଇସାରିଛନ୍ତି।

କ୍ୟାପଟେନ୍ ଭାବେ ସବୁଠୁ ଅଧିକ ଛକା

କ୍ୟାପଟେନ ଭାବେ ରୋହିତ ବର୍ତ୍ତମାନ ଟି-୨୦ରେ ୩୫ଟି ଛକା ମାରିସାରିଲେଣି। ଭାରତୀୟ ଅଧିନାୟକମାନଙ୍କ ମଧ୍ୟରେ ଏହା ସର୍ବାଧିକ। ଏହା ପୂର୍ବରୁ ଧୋନି ୩୪ଟି ଛକା ମାରି ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିଲେ।

Comment