ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୩ରେ ହେବାକୁ ଥିବା ପୁରୁଷ ବିଶ୍ୱକପ୍ ହକି ଭାରତରେ ଆୟୋଜିତ ହେବ। ଶୁକ୍ରବାର ଏନେଇ ଅନ୍ତର୍ଜାତୀୟ ହକି ଫେଡରେସନ ତରଫରୁ ସୂଚନା ମିଳିଛି। ତେବେ ଚତୁର୍ଥଥର ପାଇଁ ପୁଣି ହକି ବିଶ୍ଵକପ ଆୟୋଜନ କରିବାର ସୌଭାଗ୍ୟ ମିଳିଛି।

୨୦୧୮ ପୁରୁଷ ହକି ବିଶ୍ୱକପକୁ ସଠିକ୍ ଭାବେ ପରିଚାଳନା ପରେ ଏବେ ହକି ଇଣ୍ଡିଆକୁ ମିଳିଛି ପୁଣି ଆଉ ଏକ ଗୁରୁଦାୟିତ୍ୱ। ୨୦୨୩ ପୁରୁଷ ବିଶ୍ୱକପ୍ ଭାରତରେ ଆୟୋଜିତ ହେବ। ରେକର୍ଡ ସଂଖ୍ୟକରେ ଚତୁର୍ଥ ଥର ପାଇଁ ଭାରତ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ।

ତେବେ ଭାରତର କେଉଁ ସହରରେ ଏହି ବିଶ୍ୱକପ୍ ଖେଳାଯିବ ତାହା ଏପର୍ଯ୍ୟନ୍ତ ମଧ୍ୟ ସ୍ଥିର ହୋଇନାହିଁ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ମଧ୍ୟ ଏହି ବିଶ୍ୱକପ୍ ଖେଳାଯିବାର ଅନେକ ସୁଯୋଗ ରହିଛି। କାରଣ ଏହା ପୂର୍ବରୁ ୨୦୧୮ ପୁରୁଷ ହକି ବିଶ୍ୱକପ୍ ଏଠାରେ ହିଁ ଆୟୋଜିତ ହୋଇଥିଲା। ଭାରତର କେଉଁ ଷ୍ଟାଡିୟମରେ ଏହି ବିଶ୍ୱକପ୍ ଖେଳାଯିବ ସେନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ହକି ଇଣ୍ଡିଆ ସୂଚନା ଦେଇଛି।

ଏହା ପୂର୍ବରୁ ଭାରତ ୧୯୮୨,୨୦୧୦ ଓ ୨୦୧୮ମସିହାରେ ଏହି ପୁରୁଷ ବିଶ୍ୱକପ୍ ହକି ଆୟୋଜନ କରିସାରିଛି।

Comment