ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜୟପୁର ଜଗନ୍ନାଥ ସାଗର ତଟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍କୃତି ପରମ୍ପରା ଓ ଭାଇଚାରାର ସହର ଜୟପୁର ବୋଲି କହିଥିଲେ।

ଶକ୍ତି ରେଖା ମିଶ୍ର, ହେମନ୍ତ କୁମାର ମହାପାତ୍ର, ଦେବେନ୍ଦ୍ର ବାହୀନିପତି ପତିଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଏହି ଉତ୍ସବରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାଯ୍ୟକ୍ରମ କରାଯାଇଥିବା ବେଳେ ଛତିଶଗଡ଼ରୁ ଆସିଥିବା ମେଲୋଡି କାଯ୍ୟକ୍ରମରେ  ପରିବେଶ ଦୁଲୁକିଥିଲା।

Comment