ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପ ବନ୍ଦରଠାରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏହାର ଉଦଘାଟନ କରିଛନ୍ତି। ଏହା ପରେ ରାଷ୍ଟ୍ରପତି ଜାହଜରେ ବସି ଜଳଯାତ୍ରା କରିଛନ୍ତି।

ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଭବ୍ୟ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇ ଖୁସି ବ୍ୟକ୍ତ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ରାଷ୍ଟ୍ରପତି। ପବିତ୍ର ରାସ ପୂର୍ଣ୍ଣିମା ଏବଂ ଐତିହାସିକ ବାଲିଯାତ୍ରା ଅବସରରେ ଦେଶବାସୀ, ବିଶେଷ କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବନ୍ଦର ନଗରୀ ପାରଦୀପକୁ ବେଶ ଆକର୍ଷଣୀୟ ଭାବେ ସଜ୍ଜା ଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଭୁବନେଶ୍ୱର ବିମାନବନ୍ଦରରୁ ସ୍ଵତନ୍ତ୍ର ବିମାନ ଯୋଗେ ପାରାଦୀପ ହେଲିପ୍ୟାଡରେ ପହଞ୍ଚିଥିଲେ। ପାରାଦୀପଠାରେ ରାଷ୍ଟ୍ରପତିଙ୍କୁ ପ୍ରଶାସନ ଏବଂ ସାଧାରଣ ଜନତାଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ନେହେରୁ ବଙ୍ଗଳାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ମତ୍ସ୍ୟଜୀବୀଙ୍କୁ ଭେଟି ଆଲୋଚନା କରିବେ ରାଷ୍ଟ୍ରପତି। ପାରାଦୀପରୁ ଅପରାହ୍ଣରେ ଭୁବନେଶ୍ୱର ଆସି ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି। ଦୁଇଦିନିଆ ଓଡ଼ିଶା ଗସ୍ତରରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ସନ୍ଧ୍ୟାରେ ଭୁବନେଶ୍ଵରଠାରେ ପହଞ୍ଚିଥିଲେ।

Tags: #Paradip #BoitaBandanUtsav #PresidentOfIndia #DroupadiMurmu #Culture #Odisha

LEAVE A REPLY

Please enter your comment!
Please enter your name here