ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ଜାରି ହେବ ରାଷ୍ଟ୍ରପତି ଶାସନ। ଏନେଇ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରି କେନ୍ଦ୍ର ସରକାରଙ୍କୁ ପଠାଇଥିବା ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ବାଜିଛି। କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତିକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବ।

ମହରାଷ୍ଟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ ଦୁଇ ଦିନ ଭିତରେ ମହାରାଷ୍ଟ୍ରକୁ ନେଇ ଜାତୀୟ ରାଜନୀତି ବି ହଲ୍‌ଚଲ୍‌ ହୋଇଯାଇଛି। ବିଜେପି ସରକାର ଗଠନ କରିବାକୁ ଅସାମର୍ଥ୍ୟ ପ୍ରକାଶ କରିବା ପରେ ଶିବସେନାକୁ ଡାକିଥିଲେ। କିନ୍ତୁ ଶିବସେନା ନିର୍ଦ୍ଧାରିତ ସମୟ ଭିତରେ ସମର୍ଥନ ଯୋଗାଡ଼ କରିପାରିଲା ନାହିଁ।

ଏନ୍‌ସିପିକୁ ଡାକିଥିଲେ ରାଜ୍ୟପାଳ। ଆଜି ସନ୍ଧ୍ୟା ସାଢ଼େ ୮ଟା ସୁଦ୍ଧା ଏନ୍‌ସିପି ତାର ନିଷ୍ପତ୍ତି ଜଣାଇଥାନ୍ତା। ହେଲେ ଅଧିକ ସମୟ ମାଗିବାରୁ ରାଜ୍ୟପାଳ ଏହାକୁ ଖାରଜ କରି ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିଲେ।

Comment