ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରିନ୍‌ ଓଡ଼ିଆ ସମାଜ ପକ୍ଷରୁ କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଡକ୍ଟର ସାମନ୍ତ ବାହାରିନ୍‌ରେ ଅନୁଷ୍ଠିତ ହୋଇଥିବା ଇଶା-୨୦୧୯ ପୁରସ୍କାର ସମାରୋହରେ ସାମିଲ ହୋଇଥିଲେ। ଏହି ପୁରସ୍କାର ଉତ୍ସବରେ ସାମିଲ ହେବାକୁ ବାହାରିନ୍‌ର ଉପପ୍ରଧାନମନ୍ତ୍ରୀ ମହମ୍ମଦ ବିନ ମୁବାରକ ଖଲିଫା ତାଙ୍କୁ ନିମନ୍ତ୍ରଣ କରିଥିଲେ।

ବାହାରିନ୍‌ ଗସ୍ତ ସମୟରେ ବାହାରିନ୍‌ ଓଡ଼ିଆ ସମାଜ ସଭାପତି ଅରୁଣ କୁମାର ପ୍ରହରାଜ ଏବଂ ଅନ୍ୟ ଓଡ଼ିଆ ସଦସ୍ୟମାନେ ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଡକ୍ଟର ସାମନ୍ତ ବାହାରିନ୍ ଓଡ଼ିଆ ସମାଜର ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ

ପୂର୍ବରୁ ୨୦୧୫ରେ ଅଚ୍ୟୁତ ସାମନ୍ତ ଇଶା ଆଓ୍ୱାର୍ଡରେ ସମ୍ମାନିତ ହୋଇଥିଲେ। ଏହି ସମ୍ମାନ ପାଇବାରେ ଅଚ୍ୟୁତ ସାମନ୍ତ ହେଉଛନ୍ତି ପ୍ରଥମ ଭାରତୀୟ। ତାଙ୍କୁ ଏହି ସମ୍ମାନ ତାଙ୍କର ସାମାଜିକ ଦାୟିତ୍ଵ ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ଥିବା ଅବଦାନ ଯୋଗୁଁ ବାହାରିନ୍‌ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା।

2 COMMENTS

  1. Samant sir is really a God gifted person , he is our real Hero of Odisha . His service to mankind is absolutely speechless . May God bless him always. Jai Jagannath

Comment