ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ବୈଜ୍ଞାନିକ ହେଲେ ଓଡ଼ିଆ ଝିଅ ନାରାୟଣୀ। ନାରାୟଣୀ କେବଳ ତାଙ୍କ ଜିଲ୍ଲା କେନ୍ଦ୍ରାପଡ଼ା ନୁହେଁ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। କେନ୍ଦ୍ରାପଡ଼ା ହାଟସାହିର ରାଜକନିକା ବ୍ଲକ ହାଟସାହିର ବିରଞ୍ଚି ନାରାୟଣ ଓ ଗୀତାଞ୍ଜଳିଙ୍କ ଝିଅ ହେଉଛନ୍ତି ଓମ୍‌ ନାରାୟଣୀ। ବତ୍ତର୍ମାନ ତାଙ୍କ ପରିବାର ଆମେରିକାରେ ବସବାସ କରୁଛନ୍ତି।

ଓମ୍‌ ନାରାୟଣୀ ଲଣ୍ଡନ ଇମ୍ପାରିଆଲ କଲେଜ୍‌ରୁ ପିଏଚ୍‌ଡି ଡିଗ୍ରୀ ହାସଲ କରି ଗବେଷଣା ଜାରି ରଖିଥିଲେ। ମୋଟ୍‌ ୨୮ ବର୍ଷ ବୟସରେ ସେ ଜର୍ମାନ୍‌, ଫ୍ରାନ୍ସ, ନେଦରଲ୍ୟାଣ୍ଡ, ଲଣ୍ଡନ, ଚୀନ୍‌, ଜାପାନ, ବ୍ରାଜିଲ, ଭିଏତ୍‌ନାମ୍‌ ଭଳି ଅନେକ ଦେଶରେ ଆୟୋଜିତ ବିଜ୍ଞାନ ସମ୍ମିଳନୀରେ ଭାଗ ନେଇଛନ୍ତି।

ଓମ୍‌ ନାରାୟଣୀ ତାଙ୍କ ସଫଳତାରେ ପଛରେ ପରିବାରର ଅବଦାନ ରହିଛି ବୋଲି କହିଛନ୍ତି।

Comment