ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଘରେ ବସି ପାଇପାରିବେ ମାର୍କସିଟ୍ ଓ ସାର୍ଟିଫିକେଟ୍। ପ୍ରୋଭିଜିନାଲ ସାର୍ଟିଫିକେଟଠାରୁ ଆରମ୍ଭ କରି ମାଇଗ୍ରେସନ୍,  ସିଏଲସି ପାଇଁ ଆଉ ବାରମ୍ବାର କଲେଜ ଦୌଡ଼ିବାକୁ ପଡ଼ିବ ନାହିଁ। ଏଣିକି ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରି ଏହି ସବୁ ସାର୍ଟିଫିକେଟ୍ ପାଇପାରିବେ। ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ଏଭଳି ସୁବିଧା ଯୋଗାଇଦେବ ଉତ୍କଳ ବିଶ୍ୱବିଦ୍ୟାଳୟ।

ଅନ୍‌ଲାଇନରେ ପରୀକ୍ଷା ପରିଚାଳନା ସହ ୪୫ ଦିନ ମଧ୍ୟରେ ଫଳ ପ୍ରକାଶ କରିବା ପାଇଁ ନୂଆ ବ୍ୟବସ୍ଥା ଆଣିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ଏଥିପାଇଁ ବିଶ୍ୱବିଦ୍ୟାଳୟ ଓ ସରକାରୀ ସଂସ୍ଥା ସେଣ୍ଟର ଫର ମଡର୍ଣ୍ଣାଇଜ୍ ଗଭର୍ଣ୍ଣମେଣ୍ଟ ଇନିସେଟିଭ୍ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇସାରିଛି।

ନୂଆ ବ୍ୟବସ୍ଥା ଅନୁସାରେ, ୨୦୧୯-୨୦ ଶିକ୍ଷାବର୍ଷରୁ ନାମଲେଖାଇଥିବା ଛାତ୍ରଛାତ୍ରୀମାନଙ୍କର ଫର୍ମପୂରଣଠୁ ଆରମ୍ଭ କରି ଆଡମିଟ୍ କାର୍ଡ ପର୍ଯ୍ୟନ୍ତ ସମସ୍ତ କାମ ଅନଲାଇନ୍ରେ କରାଯିବ। କେବଳ ପିଜି ଓ ପିଏଚଡି ପାଠ୍ୟକ୍ରମ ନୁହେଁ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ସମସ୍ତ କଲେଜରେ ଏପରି ବ୍ୟବସ୍ଥା ଲାଗୁ କରାଯିବ। ଏହାପରେ ପରୀକ୍ଷାରେ ପାସ୍ କରିବା ପରେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନରେ ସାର୍ଟିଫିକେଟ୍ ପାଇଁ ଆବେଦନ କରିପାରିବେ।

ନୂଆ ବ୍ୟବସ୍ଥା ଫଳରେ ଛାତ୍ରଛାତ୍ରୀମାନେ ବେଶ୍ ଲାଭବାନ ହେବା ସହ ସହଜରେ ସବୁ ସୁବିଧା ପାଇପାରିବେ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ସବିତା ଆଚାର୍ଯ୍ୟ।

Comment