ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଷ୍ଟେସନକୁ ମଙ୍ଗଳବାର ଆସିଛି ସେଗ୍‌ ଓ୍ୱେ ସ୍କୁଟର। ଏହି ଅତ୍ୟାଧୁନିକ ସ୍କୁଟର ସିଷ୍ଟମକୁ ଭୁବନେଶ୍ୱର ଷ୍ଟେସନରେ ବ୍ୟବହାର କରିବେ ଆରପିଏଫ୍‌। ଆଜି ଏନେଇ ବିଧିବଦ୍ଧ ଭାବେ ଭୁବନେଶ୍ୱର ଷ୍ଟେସନରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଇଷ୍ଟ କୋଷ୍ଟ ରେଲଓ୍ୱେ ପକ୍ଷରୁ ଏହି ବ୍ୟବସ୍ଥାକୁ ଜାରି କରାଯାଇଛି।

ଏହି ସ୍କୁଟରରେ ପ୍ଲାଟଫର୍ମରେ ଗୋଟିଏ ପାଖରୁ ଅନ୍ୟ ଏକ ପାଖକୁ ଯିବା ପାଇଁ ଖୁବ୍‌ କମ୍‌ ସମୟ ଲାଗିବ। ଏହାସହ କୌଣସି ଅପ୍ରୀତିକର ଘଟଣା ଘଟିଲେ ଆରପିଏଫ୍‌ କମ୍‌ ସମୟ ମଧ୍ୟରେ ପହଞ୍ଚି ପାରିବ।

ଭୁବନେଶ୍ୱର, କଟକ, ପୁରୀ ଷ୍ଟେସନ ପାଇଁ ଏହି ସେଗ୍‌ ଓ୍ୱେ ସ୍କୁଟର ଆସିଛି। ଆଜି ସ୍ୱତନ୍ତ୍ର ଭାବେ କିଛି ଆରପିଏଫ୍‌ଙ୍କୁ  ତାଲିମ ମଧ୍ୟ ଦିଆଯାଇଛି।

ସେଗ୍‌ ଓ୍ୱେ ସ୍କୁଟର ଏକ ବ୍ୟାଟେରୀ ଚାଳିତ ଗାଡ଼ି। ଚାଲି ଚାଲି ଯିବା ଅପେକ୍ଷା ଏଥିରେ ବ୍ୟକ୍ତି ଶୀଘ୍ର ଘଟଣା ସ୍ଥଳରେ ପହଞ୍ଚି ପାରିବ। ପ୍ଲାଟଫର୍ମରେ ଆରପିଏଫ୍‌ କିପରି ଶୀଘ୍ର ପାଟ୍ରୋଲିଂ କରିପାରିବେ ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏହି ସେଗ୍‌ ଓ୍ୱେକୁ ପାଖାପାଖି ୭ରୁ ୮ ଘଣ୍ଟା ଚାର୍ଜ କରିବାକୁ ପଡ଼ିଥାଏ। ଏହାକୁ ଥରେ ଚାର୍ଜ କଲେ ଏହି ସ୍କୁଟର ୩୦ କିଲୋମିଟର ଚାଲିଥାଏ।

Comment