ଓଡ଼ିଶାଲାଇଭ୍ ବ୍ୟୁରୋ

କଳିଙ୍ଗ ଷ୍ଟାଡିୟମରେ ପୁଣି ହେବ ହକି ଫିଭର୍। କଳିଙ୍ଗରେ ବିଦେଶୀ ଦଳ ସହ ଲଢ଼ିବ ଟିମ୍ ଇଣ୍ଡିଆ। ହକି ପ୍ରୋ-ଲିଗରେ ଭାରତ ତା’ର ସମସ୍ତ ଘରୋଇ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳିବ ବୋଲି ଘୋଷଣା କରାଯାଇଛି।

ଆସନ୍ତା ୨୦୨୦ ମସିହା ଜାନୁଆରୀ ମାସରୁ ହେବାକୁ ଥିବା ହକି-ପ୍ରୋ ଲିଗରେ ଭାରତ ତା’ର ସମସ୍ତ ୮ଟି ଯାକ ଘରୋଇ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳିବ। ଚାମ୍ପିୟନ୍ସ ଟ୍ରଫି, ହକି ୱାର୍ଲ୍ଡ ଲିଗ୍ ଫାଇନାଲ୍ସ, ପୁରୁଷ ହକି ବିଶ୍ୱକପ୍ ଓ ଅଲମ୍ପିକ୍ସ କ୍ୱାଲିଫାୟାର ପରେ ପୁଣିଥରେ ବିଶ୍ୱସ୍ତରୀୟ ମ୍ୟାଚ୍ ଆୟୋଜନ ହେବ ଭୁବନେଶ୍ୱରରେ।

ଏହି ଲିଗରେ ଭାରତ ସହ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ୍, ଜର୍ମାନୀ, ଗ୍ରେଟ୍ ବ୍ରିଟେନ୍, ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ ଓ ସ୍ପେନ୍ ଭାଗ ନେବେ। ବିଶ୍ୱର ବିଭିନ୍ନ ଦେଶରେ ଏହି ଲିଗ୍ ଖେଳାଯିବ।

କଳିଙ୍ଗ ଷ୍ଟାଡିୟମରେ ଭାରତ ମ୍ୟାଚ୍

ଜାନୁଆରୀ ୧୮ ଓ ୧୯ ତାରିଖ : ଭାରତ ବନାମ ନେଦରଲ୍ୟାଣ୍ଡ

ଫେବ୍ରୃଆରି ୮ ଓ ୯ ତାରିଖ : ଭାରତ ବନାମ ବେଲଜିୟମ୍

ଫେବ୍ରୁଆରି ୨୧ ଓ ୨୨ ତାରିଖ: ଭାରତ ବନାମ ଅଷ୍ଟ୍ରେଲିଆ

ମେ ୨୩ ଓ ୨୪ ତାରିଖ: ଭାରତ ବନାମ ନ୍ୟୁଜିଲାଣ୍ଡ

Comment