ଓଡ଼ିଶାଲାଇଭ୍ ବ୍ୟୁରୋ

କାର୍ତ୍ତିକ ମାସ ସରିଲା, ହେଲେ ପରିବା ଦର କମିବାର ନାଁ ଧରୁନି। ଏବେ ବି ବଜାରରେ ପରିବା ଦର ୭୦ ଉପରେ। ପରିବା ହାଟରେ ବିକ୍ରେତାମାନଙ୍କ ପାଟିରୁ କେବଳ ୮୦ ହିଁ ୮୦। କେବଳ ପିଆଜ ନୁହେଁ ପୋଟଳ କିଲୋ ୮୦ ଟଙ୍କା, ବାଇଗଣ ୮୦, ଟମାଟୋ ବି ୮୦।

ଖୁଚୁରା ବଜାରରେ ୨୫ ଟଙ୍କା ଥିବା ଆଳୁ ଏବେ ୧୮ ଟଙ୍କାକୁ ଖସି ଆସିଛି ଫଳରେ ଗରିବ ଲୋକଙ୍କ ପାଇଁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି।

ଅନ୍ୟପଟେ ବ୍ୟବସାୟୀମାନଙ୍କ କହିବା କଥା ଯେ, ବାତ୍ୟା ବୁଲ୍‌ବୁଲ୍‌ ପାଇଁ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଏହାସହ ପରିବା ଆମଦାନୀ ହେଉଥିବା କର୍ଣ୍ଣାଟକରେ ଅତ୍ୟଧିକ ବର୍ଷା ହେବା ଫଳରେ ପରିବା ଚାଷ ଭଲ ହୋଇ ନାହିଁ। ତେବେ ପରିବା ଦର ବୃଦ୍ଧି ଆହୁରି ଗୋଟେ ମାସ ରହିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here