ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ପରମ୍ପରାରେ ମାର୍ଗଶୀର ମାସ ଅଷ୍ଟମୀ ତିଥିରେ ଘରର ପ୍ରଥମ ପୁଅ ଝିଅଙ୍କୁ ପୂଜାର୍ଚ୍ଚନା କରାଯାଏ। ଏହିଦିନ ମାଆମାନେ ଘରେ ନିଜର ପ୍ରଥମ ପୁଅ ଝିଅଙ୍କୁ ଷଠୀ ଦେବୀଙ୍କ ଆଗରେ ବସାଇ ପୂଜାର୍ଚ୍ଚନା କରିଥା’ନ୍ତି। ତେବେ ଏହା ପଛରେ କାରଣ କ’ଣ ଜାଣିଛନ୍ତି କି

ଓଡ଼ିଆ ପରମ୍ପରା ଅନୁଯାୟୀ ଘରର ପ୍ରଥମ ପୁଅ ଝିଅଙ୍କୁ ଘରର ସୌଭାଗ୍ୟ ବୋଲି ଗ୍ରହଣ କରାଯାଏ। ପିତାଙ୍କ ପରେ ଘରର ବଡ଼ପୁଅକୁ ଘରର ଉତ୍ତରାଧିକାରୀ ବୋଲି କୁହାଯାଏ। ତେଣୁ ପ୍ରଥମାଷ୍ଟମୀରେ ଘରର ପ୍ରଥମ ପୁଅଙ୍କୁ ପୂଜାର୍ଚ୍ଚନା କରାଯାଏ।

ସେହିପରି ଘରର ଝିଅଙ୍କୁ ଘରର ସମ୍ମାନ କୁହାଯାଏ। ତେଣୁ ଏହି ପ୍ରଥମାଷ୍ଟମୀ ଦିନ ଘରର ପ୍ରଥମ ପୁଅ ଝିଅଙ୍କ ଦୀର୍ଘ ଜୀବନ ସହ ସେମାନଙ୍କୁ ସମ୍ମାନ ଜଣାଇ ଏହି ପ୍ରଥମାଷ୍ଟମୀ ପାଳନ କରାଯାଏ।

ଏହି ଦିନ ଘରର ପ୍ରଥମ ପୁଅଙ୍କ ପାଇଁ ସ୍ୱତନ୍ତ୍ର ନୂଆ ଡ୍ରେସ୍ ମଧ୍ୟ ହୋଇଥାଏ। ଯାହାକୁ ପିନ୍ଧିବା ପରେ ମା’ମାନେ ପ୍ରଥମ ପୁଅଝିଅଙ୍କୁ ପୂଜା କରିଥାନ୍ତି। ପ୍ରଥମ ପୁଅ ଝିଅଙ୍କୁ ପୂଜା କରିବା ପାଇଁ  ଘରମାନଙ୍କରେ ପିଠାପଣାର ମଧ୍ୟ ଆସର ଜମିଥାଏ।

Comment