ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟକୁ ପୂରିଛି ୭୫ ବର୍ଷ। ବିଶ୍ୱବିଦ୍ୟାଳୟର ଏହି ଗୌରବମୟ ସମୟକୁ ପାଳନ କରିବା ପାଇଁ ଆୟୋଜନ ହେଉଛି ପ୍ଲାଟିନମ୍ ଜୁବୁଲି ଉତ୍ସବ। ନଭେମ୍ବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବକୁ ଉଦଘାଟନ୍ କରିବେ। ଏଥିପାଇଁ ଏବେଠୁ ସଜେଇ ହେଲାଣି ସଂପୂର୍ଣ୍ଣ ବାଣୀବିହାର କ୍ୟାମ୍ପସ।

ନଭେମର ୨୩ ତାରିଖରୁ ୨୭ ପର୍ଯ୍ୟନ୍ତ ବାଣୀବିହାର କ୍ୟାମ୍ପସରେ ପ୍ଲାଟିନମ ଜୁବୁଲି ଉତ୍ସବ ଚାଲିବ।

ଏଥିପାଇଁ ଗତ କିଛିଦିନ ଧରି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘନଘନ ବୈଠକ ସାଙ୍ଗକୁ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଆୟୋଜନ ହେଉଛି।

ଉତ୍ସବକୁ ସଫଳ କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସାଙ୍ଗକୁ ପୁରାତନ ଛାତ୍ରନେତା, ଆଲୁମିନି ସଂଘ ସମସ୍ତେ ଉଦ୍ୟମ କରୁଛନ୍ତି।  ପ୍ଲାଟିନମ୍ ଜୁବୁଲି ପାଇଁ ବିଶ୍ୱବିଦ୍ୟାଳୟର ପ୍ରମୁଖ ବିଲ୍ଡିଂକୁ ରଙ୍ଗୀନ ଆଲୋକମାଳାରେ ସଜାଗଲାଣି।

ନଭେମ୍ବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବକୁ ଉଦଘାଟନ୍ କରିବେ। ନଭେମ୍ବର ୨୪ ତାରିଖରେ ବାଣୀବିହାରର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଆଲୁମିନି ମିଟ୍ର ଆୟୋଜନ କରାଯାଇଛି। ଏହିଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ଲାଟିନମ୍ ଜୁବୁଲି ଉତ୍ସବରେ ମଧ୍ୟ ଯୋଗଦେବେ।

ଶେଷ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେବା ସହ ପ୍ଲାଟିନମ୍ ଜୁବୁଲି ଉତ୍ସବର ଉଦଯାପନ୍ ହେବା

୫ଦିନିଆ ଏହି ପ୍ଲାଟିନମ୍ ଜୁବୁଲିକୁ ଆହୁରି ଆକର୍ଷଣୀୟ କରିବା ପାଇଁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ବଲିଉଡ୍ ଓ ଓଲିଉଡ୍ କଳାକାର ଯୋଗଦେବାର ଯୋଜନା ରହିଛି।

ପ୍ଲାଟିନମ୍ ଜୁବୁଲି ଉତ୍ସବରେ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବାକୁ ବାଣୀବିହାରର ପୁରାତନ ଛାତ୍ର ତଥା ବର୍ତ୍ତମାନର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ୍ ମିଡିଆରେ ନିଜର ବାର୍ତ୍ତା ଦେଇସାରିଛନ୍ତି।

Comment