ଓଡ଼ିଶାଲାଇଭ୍ ବ୍ୟୁରୋ
ଆପଣଙ୍କ ଘରେ ଡେରିରେ ଗ୍ୟାସ୍ ସିଲିଣ୍ଡର ପହଞ୍ଚୁଛି କି? ଗ୍ୟାସ୍ ବୁକିଙ୍ଗ୍ କରିବାର ୪୮ ଘଣ୍ଟା ପରେ ଯଦି ଆପଣଙ୍କ ଘରେ ଗ୍ୟାସ୍ ପହଞ୍ଚୁନି ତେବେ ଆପଣ ଏଥିପାଇଁ ଅଭିଯୋଗ କରିପାରିବେ। ଯାହାଦ୍ୱାରା ଗ୍ୟାସ୍ ବାଣ୍ଟୁଥିବା କମ୍ପାନିକୁ ଆର୍ଥିକ କ୍ଷତି ସହିବାକୁ ପଡ଼ିବ।
ପେଟ୍ରୋଲିୟମ୍ ବିଭାଗର ନୂଆ ନିୟମ ଅନୁସାରେ, ଗ୍ୟାସ୍ ବୁକିଙ୍ଗ୍ କରିବାର ୪୮ ଘଣ୍ଟା ଭିତରେ ଜଣେ ଉପଭୋକ୍ତାଙ୍କୁ ତାଙ୍କର ଗ୍ୟାସ୍ ମିଳିବ। ଏଥିପାଇଁ ଉପଭୋକ୍ତାଜଣକ କମ୍ପାନିକୁ ୫ ଷ୍ଟାର ରେଟିଂ ଦେବେ। ଯଦି କମ୍ପାନି ଠିକ୍ ସମୟରେ ଲୋକଙ୍କୁ ଗ୍ୟାସ୍ ଯୋଗାଇପାରିବେନି, ତେବେ ଲୋକମାନେ ତାଙ୍କର ଇଚ୍ଛା ଅନୁସାରେ ରେଟିଂ ଦେବେ। ଯେଉଁ କମ୍ପାନିର ରେଟିଂ ପଏଣ୍ଟ ଦୁଇ ତଳକୁ ରହିଲା, ସେହି କମ୍ପାନିକୁ ମିଳୁଥିବା ଲାଭର ୨୦ ପ୍ରତିଶତ ବନ୍ଦ କରିଦିଆଯିବ।
ଗ୍ରାହକମାନଙ୍କୁ ଉତ୍ତମ ସୁବିଧା ସୁଯୋଗ ପ୍ରଦାନ କରିବାକୁ ପେଟ୍ରୋଲିୟମ୍ ବିଭାଗ ଏହି ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଗୋଟିଏ ଗ୍ୟାସକୁ ଉପଭୋକ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ କମ୍ପାନିକୁ ୬୦ ଟଙ୍କା ମିଳିଥାଏ। ଯଦି କମ୍ପାନିମାନେ ନିଜ କାମ ଠିକ୍ ଭାବେ ନକରନ୍ତି, ତେବେ ଏହି ଟଙ୍କାକୁ କମାଇ ଦିଆଯିବ।