ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗୋଟିଏ ମାସରେ ପାଖାପାଖି ୩୦ଲକ୍ଷ ଗ୍ରାହକଙ୍କ ଗ୍ୟାସ୍ କନେକସନ କଟ୍
  • ଯଥାଶିଘ୍ର ଆଧାର ଏବଂ ବ୍ୟାଙ୍କ୍ ଆକାଉଣ୍ଟ୍ ସହିତ ଲିଙ୍କ୍ କରାଇଦେବା ନିହାତି ଜରୁରୀ

ଭାରତରେ ତିନୋଟି ବଡ ବଡ ପେଟ୍ରୋଲିୟମ୍ କମ୍ପାନି ହିନ୍ଦୁସ୍ତାନ ପେଟ୍ରୋଲିୟମ୍, ଇଣ୍ଡିଆନ୍ ଅଏଲ୍ ଏବଂ ଭାରତ ପେଟ୍ରୋଲିୟମ୍ କମ୍ପାନି ପକ୍ଷରୁ ଗୋଟିଏ ମାସରେ ପାଖାପାଖି ୩୦ଲକ୍ଷ ଗ୍ରାହକଙ୍କ ଗ୍ୟାସ୍ କନେକସନକୁ କାଟି ଦେଇଛନ୍ତି।

ବିଜନେସ୍ ଷ୍ଟାଣ୍ଡାର୍ଡରେ ପ୍ରକାଶିତ ଖବର ମୁତାବକ, ଦେଶର ପାଖାପାଖି ୩୦ଲକ୍ଷ ଗ୍ରାହକଙ୍କ ଗ୍ୟାସ୍ କନେକସନକୁ କାଟି ଦିଆଯାଇଛି। ଯାହାର ଏକମାତ୍ର କାରଣ ହେଉଛି ଆଧାର । ଗ୍ୟାସ୍ କନେକସନ୍ ନେଇଥିବା ଏହି ଗ୍ରାହକମାନେ ନିଜର ଖାତାକୁ ଆଧାର ସହ ଲିଙ୍କ୍ କରିନଥିଲେ। ତେବେ ଏହା ଡେମୋଷ୍ଟିକ୍ ନନ୍ ସବସିଡାଇଜ୍ କନଜ୍ୟୁମର୍ସର ରହିଥିଲା।

ଗ୍ୟାସ କନେକସନ୍ କଟିଥିବା ଏହି ଗ୍ରାହକମାନେ ନନ୍ ଗ୍ୟାସ୍ ଟ୍ରାଞ୍ଜାକସନ୍ କମ୍ପ୍ଲାଏଣ୍ଟ୍ ତଥା ଏନସିଟିସି ପରିସରରେ କାମ କରୁଥିଲେ। ଯାହା ଉପରେ ସରକାର କୌଣସି ସବସିଡି ପ୍ରଦାନ କରିନଥାନ୍ତି । ଖାତା ଖୋଲିବା ବ୍ୟତୀତ ଅନ୍ୟ କମର୍ସିଆଲ୍ କାମଗୁଡିକରେ ବି ଇନ୍ଧନ ଗ୍ୟାସର ବ୍ୟବହାର ରୋକିବା ପାଇଁ କମ୍ପାନିମାନଙ୍କ ତରଫରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

୧ କୋଟି କନେକସନ୍ ଏବେ ବି ଏହି ୩ଟି କମ୍ପାନିର ତଦନ୍ତ ପରିସରରେ ରହିଛି। ଯଦି ଗ୍ୟାସ୍ କନେକସନକୁ ବ୍ୟାଙ୍କ ଆକାଉଣ୍ଟ୍ ସହିତ ଲିଙ୍କ କରିନାହାନ୍ତି ତେବେ ଆପଣଙ୍କର ଗ୍ୟାସ୍ କନେକସନକୁ ମଧ୍ୟ କାଟି ଦିଆଯାଇପାରେ। ଏଥିପାଇଁ ଆଦୌ ବିଳମ୍ବ ନକରି ତୁରନ୍ତ ନିଜ ଗ୍ୟାସ୍ କନେକସନକୁ ଆଧାର ଏବଂ ବ୍ୟାଙ୍କ୍ ଆକାଉଣ୍ଟ୍ ସହିତ ଲିଙ୍କ୍ କରାଇଦେବା ନିହାତି ଜରୁରୀ ହୋଇପଡିଛି।

Comment