ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ମାର୍ଚ୍ଚ ୧୬ ତାରିଖଠାରୁ ଆରମ୍ଭ ହେଉଛି ‘ବାଲ ଆଧାର’ କାର୍ଯ୍ୟକ୍ରମ। ଏଣିକି ଶିଶୁଙ୍କ ଜନ୍ମ ପରେ ପରେ ଜନ୍ମ ପଞ୍ଜିକରଣ ସହ ଆଧାରକାର୍ଡ ସଂଯୁକ୍ତ ହେବ। ଜନ୍ମ ପଞ୍ଜିକରଣ ଓ ଜନ୍ମ ସାର୍ଟିଫିକେଟ ଶିଶୁର ପ୍ରଥମ ଅଧିକାର।

ଆଧାର ସଂଯୋଗ ହେବା ଦ୍ଵାରା ସରକାରୀ ସେବା ପାଇବାକୁ ସହଜ ହେବ। ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ‘ବାଲ୍ ଆଧାର’ ପ୍ରାପ୍ତ କରିବାକୁ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

‘ବାଲ୍ ଆଧାର’ ଯୋଜନାରେ ଆଧାର ପଞ୍ଜିକରଣ ନିମନ୍ତେ ମା’ କିମ୍ବା ବାପା ଯେକୌଣସି ଜଣଙ୍କର ମୋବାଇଲ ନମ୍ବର ଆବଶ୍ୟକ। ପାଞ୍ଚ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଶିଶୁର ବାୟୋମେଟ୍ରିକ୍ ଆବଶ୍ୟକତା ନାହିଁ। ଶିଶୁକୁ ୫ ବର୍ଷ ହେବା ପରେ ବାୟୋମେଟ୍ରିକ ଅନିର୍ବାର୍ଯ୍ୟ ହେବ।

ବାପା କିମ୍ବା ମା’ଙ୍କ ଆଧାର କାର୍ଡ ଆଧାରରେ ଶିଶୁର ଆଧାରକାର୍ଡ କରାଯାଇପାରିବ। ଶିଶୁ ଜନ୍ମ ହେବାର ୨୧ ଦିନ ମଧ୍ୟରେ ନିଃଶୁଳ୍ପରେ ପଞ୍ଜିକରଣ କରିପାରିବେ ପିତାମାତା।

Tags: #Adhar #BalAdhar #BirthCertificate #FamilyAndHealthDepartment

Comment