ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାରୀ କର୍ମଚାରୀମାନେ ପେନସନ ପାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ ନାହିଁ ବୋଲି କେନ୍ଦ୍ର ସାଧାରଣ ଅଭିଯୋଗ ଓ ପେନସନ ବିଭାଗୀୟ ମନ୍ତ୍ରୀ  ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ପେନ୍‌ସନ୍‌ ପାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। କେନ୍ଦ୍ର ସାଧାରଣ ଅଭିଯୋଗ ଓ ପେନସନ ବିଭାଗୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ସର୍ବନିମ୍ନ ପେନସନ୍ ୯ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହ ପେନସନଧାରୀମାନଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ପୂର୍ବରୁ ବ୍ୟାଙ୍କ ଖାତା ସହ ଆଧାର କାର୍ଡ ନମ୍ବର ସଂଯୋଗ ନଥିଲେ ପେନସନଧାରୀମାନେ ଅସୁବିଧାରେ ପଡ଼ୁଥିବା ଅଭିଯୋଗ ହୋଇଥିଲା।

କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ପାଇଁ ନିଆଯାଇଥିବା ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, “କର୍ମଚାରୀମାନଙ୍କ ସର୍ବନିମ୍ନ ପେନ୍‌ସନ୍‌ ୯ ହଜାର ଟଙ୍କା, ଗ୍ରାଚୁଇଟି ୨୦ ଲକ୍ଷ ଟଙ୍କା, ଚିକିତ୍ସା ଭତ୍ତା ମାସିକ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ ଅଧୀନରେ ଏବେ ୪୮ ଲକ୍ଷ ୪୧ ହଜାର କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ୬୧ ଲକ୍ଷ ୧୭ ହଜାର ପେନ୍‌ସନ୍‌ଭୋଗୀ ରହିଛନ୍ତି।

Comment