ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶବ୍ୟାପୀ ଅକ୍ଟୋବର ପହିଲାରୁ ଲାଗୁ ହେବାକୁ ଯାଉଛି ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଆଇନ ୨୦୨୩। ଏହି ଆଇନ ଲାଗୁ ହେବା ଦ୍ଵାରା ଜନ୍ମ ପ୍ରମାଣପତ୍ରର ମହତ୍ତ୍ଵ ଅନେକ ମାତ୍ରାରେ ବଢ଼ିଯିବ। ବିଭିନ୍ନ କାମ ପାଇଁ ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିହେବ।

ନୂଆ ନିୟମ ଅଧୀନରେ ସ୍କୁଲରେ ନାମଲେଖା, ଡ୍ରାଇଭିଂ ଲାଇସେନ୍ସ, ଭୋଟର ତାଲିକାରେ ପଞ୍ଜିକରଣ, ଆଧାରକାର୍ଡ, ବିବାହ ପଞ୍ଜିକରଣ ପାଇଁ ଏଣିକି ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିପାରିବେ।

ଅକ୍ଟୋବର ପହିଲାରୁ ମୃତ୍ୟୁ ଓ ପଞ୍ଜିକରଣ ସଂଶୋଧନ ଅଧିନିୟମ-୨୦୨୩ ଲାଗୁ ହେବ। ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିସାରିଛି। ଏହା ଲାଗୁ ହେବା ସହିତ ବିଭିନ୍ନ କ୍ଷେତ୍ରରେ ଜନ୍ମ ପ୍ରମାଣପତ୍ର ଏକକ ଦସ୍ତାବିଜ ପାଲଟିବ।

ନୂଆ ଆଇନ ପଞ୍ଜିକୃତ ଜନ୍ମ ମୃତ୍ୟୁର ଜାତୀୟ ଏବଂ ରାଜ୍ୟସ୍ତରୀୟ ଡାଟାବେସ୍ ବନାଇବାରେ ସହାୟକ ହେବ। ଏହି ବିଲ୍ ଲୋକସଭାରେ ଗତ ଅଗଷ୍ଟ ମାସ ପହିଲା ଓ ରାଜ୍ୟସଭାରେ ଅଗଷ୍ଟ ୭ ତାରିଖରେ ପାସ୍ ହୋଇଥିଲା। ଆଉ ଏବେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି ଏହାକୁ ଅକ୍ଟୋବର ପହିଲାରୁ ଲାଗୁ କରିବାକୁ ଘୋଷଣା କରିଛନ୍ତି।

ଏହି ନିୟମ ଲାଗୁ ହେବା ପରେ କେନ୍ଦ୍ର ଏବଂ ରାଜ୍ୟ ଜନ୍ମ ଓ ମୃତ୍ୟୁର ଡାଟା ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିପାରିବେ। ଏହାଦ୍ୱାରା ଦେଶରେ ଜନ୍ମ ଓ ମୃତ୍ୟୁର ଡାଟାବେସ ପ୍ରସ୍ତୁତ କରାଯାଇପାରିବ। ଏହା ସହ ରାସନକାର୍ଡ, ଭୋଟର ଆଇଡି ଏବଂ ଅନ୍ୟ କୌଣସି ଡାଟାବେସ ତିଆରି କରିବା ମଧ୍ୟ ସହଜ ହେବ।

Tags: #BirthCertificate #Identification #NewLaw #India

Comment