ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ଆଧାର କାର୍ଡ ନମ୍ବର ଲିକ ହେବାର ବହୁତ ଗୁଡ଼ିଏ ମାମଲା ସାମ୍ନାକୁ ଆସୁଛି। ସେଥିପାଇଁ ଆଧାର କାର୍ଡଧାରୀଙ୍କୁ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣର ସତର୍କ ସୂଚନା ।

ଆଧାର ନମ୍ବରର ଅନଲାଇନ ବ୍ୟବହାରରେ କରୁଥିଲେ ହୋଇଯାଆନ୍ତୁ ସାବଧାନ। ୟୁଆଇଡିଏଆଇର କହିବାନୁସାରେ, ଅନଲାଇନରେ କୌଣସି ବି କାମରେ ଆଧାର କାର୍ଡ ବ୍ୟବହାର କରୁଥିଲେ, ନିଜର ଆଧାର ନମ୍ବର ପରି ବ୍ୟକ୍ତିଗତ ତଥ୍ୟ ସହିତ ସତର୍କତା ଅବଲମ୍ବନ କରନ୍ତୁ । ୟୁଆଇଡିଏଆଇର ଏହି ସୂଚନା ଉପରେ ଧ୍ୟାନ ଦିଅନ୍ତୁ ନଚେତ ହୋଇପାରେ ବଡ ସମସ୍ୟା।

ଆଧାର ତଥ୍ୟ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ଏହି ୫ଟି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ।

  • ଆପଣ ଯେତେବେଳେ ନିଜ ଆଧାର ସମ୍ବଳିତ ତଥ୍ୟ ଅନ୍ୟକୁ ଦେଉଛନ୍ତି ସେତେବେଳେ ଧ୍ୟାନ ଦିଅନ୍ତୁ ଆଧାର ବିବରଣୀ ଦେବା ପଛରେ କ’ଣ କାରଣ ରହିଛି। କେଉଁ କାର୍ଯ୍ୟ ପାଇଁ ଆପଣଙ୍କ ଆଧାର ବ୍ୟବହୃତ ହେଉଛି ସେ ବିଷୟରେ ଧ୍ୟାନ ଦିଅନ୍ତୁ। ବିନା କାରଣରେ ନିଜ ଆଧାର ସବିଶେଷ କାହାକୁ ଦିଅନ୍ତୁ ନାହିଁ।
  • ଆଧାର ସହ ଜଡ଼ିତ କାର୍ଯ୍ୟକୁ ଆପଣ ମୋବାଇଲ ଜରିଆରେ କରିପାରିବେ। ଏପର୍ଯ୍ୟନ୍ତ ଦୁଇଟି ବୈଧ ଆପ୍ ବାହାରିଛି। କୌଣସି ଅନଧିକୃତ ଆପ୍ ବ୍ୟବହାର କରିବାରୁ ବଞ୍ଚନ୍ତୁ। କାରଣ ଏଥିରୁ ଆଧାର ତଥ୍ୟ ଲିକ୍ ହେବାର ସମ୍ଭାବନା ବେଶୀ ଥାଏ। ଆପଣ ଯଦି ଚାହିଁବେ ଆଧାର ଅପଡେଟ୍ କରିବା ପାଇଁ ଏମ୍ଆଧାର ଓ ଉମଙ୍ଗ ଅପ୍ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ।
  • ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଆଧାର ତଥ୍ୟ ଚୋରୀ ହୋଇଯାଇଛି ତେବେ ବାୟୋମେଟ୍ରିକ ଡିଟେଲ ମଧ୍ୟ ଚୋରୀ ହେବାର ସମ୍ଭାବନା ରହିଛି । ଏମିତି ସ୍ଥିତିରେ ନିଜ ବାୟୋମେଟ୍ରିକ ବ୍ଲକ୍ କରିପାରିବେ।
  • ଏଥିପାଇଁ ଆପଣଙ୍କୁ ୟୁଆଇଡିଏଆଇର ୱେବସାଇଟ୍ ଯାଇ ଆପଣଙ୍କ ବାୟୋମେଟ୍ରିକ ବ୍ଲକ୍ କରିପାରିବେ। ଆପଣ ଚାହିଁଲେ ଯେକୌଣସି ସମୟରେ ଏହାକୁ ଅନବ୍ଲକ୍ ମଧ୍ୟ କରିପାରିବେ।
  • କୌଣସି ସଂଦିଗ୍ଧ ଯାଗାରେ ବାୟୋମେଟ୍ରିକ୍ ଓ ଆଧାର ବିବରଣୀ ଦିଅନ୍ତୁ ନାହିଁ। କାରଣ ଆପଣଙ୍କ ବାୟୋମେଟ୍ରିକ୍ ହିଁ ଅଧିକ ସମ୍ବେଦନଶୀଳ ହୋଇଥାଏ। ଏହା ଆଧାର ତଥ୍ୟ ଚୋରିରେ ବିଶେଷ ଭୂମିକା ନିଭାଇଥାଏ।
  • ଯଦି ଆପଣଙ୍କ ଆଧାର ନମ୍ବର ଚୋରି ହୋଇଯାଇଛି କିମ୍ବା ସାର୍ବଜନୀନ ହୋଇଯାଇଛି ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। ତେବେ ବାୟୋମେଟ୍ରିକ ଇନଫରମେଶନ ବିନା କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ୟୁଆଇଡିଏଆଇ।

Comment