ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାପା ମା’ଙ୍କ ଆଖି ଆଗରେ ୫ବର୍ଷର ପୁଅ ଉପରେ ଚଢ଼ିଗଲା ବସ୍‌। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ଦାଉଣି ଛକରେ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ବ୍ରହ୍ମପୁର-ତୁରୁବୁଡ଼ି ରାସ୍ତା ଅବରୋଧ କରିଛନ୍ତି।

ଭ୍ରମପୁର ପଞ୍ଚାୟତ ଗୋପୀନାଥପୁରର ଜିତେନ୍ଦ୍ର ସାହୁଙ୍କର ୫ବର୍ଷର ପୁଅ ସିଲୁର ଦେହ ଖରାପ ହୋଇଥିବାରୁ ଜିତେନ୍ଦ୍ର ଓ ତାଙ୍କ ପତ୍ନୀ ପୁଅକୁ ନେଇ ବ୍ରହ୍ମପୁର ମେଡିକାଲ ଯାଇଥିଲେ। ପରେ ଡାକ୍ତର ଦେଖାଇ ବସ୍‌ରେ ଘରକୁ ଫେରିଥିଲେ। ଗୌଡ଼ଗାଁ ଦାଉଣୀ ଛକରେ ସେମାନେ ଓହ୍ଲାଇଲା ବେଳେ ବସ୍‌ ଛାଡ଼ି ଦେଇଥିଲା। ଫଳରେ ସିଲୁ ପଡ଼ିଯାଇଥିଲା ଆଉ ବସ୍‌ଟି ତା ଉପରେ ମାଡ଼ି ଯାଇଥିଲା।

ଦୁର୍ଘଟଣା ପରେ ବସ୍‌ଟି ସେଠାରୁ ଫେରାର୍‌ ହୋଇଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ କେ.ନୂଆଗାଁ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛି।

Comment