ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ମହିଳା ଭାରତ୍ତୋଳକ ଝିଲି ଦଳ ବେହେରା ରାଜ୍ୟ ପାଇଁ ଆଣିଲେ ଗୌରବ। ତାଙ୍କୁ ଚଳିତବର୍ଷ ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପୁରସ୍କାର ସ୍ଵରୂପ ତାଙ୍କୁ ୫ ଲକ୍ଷ ଟଙ୍କା ଓ ଏକ ମାନପତ୍ର ପ୍ରଦାନ କରାଯିବ।

ଜୁରୀ ସଦସ୍ୟମାନଙ୍କୁ ନେଇ ଗଠିତ ଏକଲବ୍ୟ କମିଟି ରବିବାର ଅନୁଷ୍ଠିତ ବୈଠକରେ ଝିଲିଙ୍କ ନାଁକୁ ଚୟନ କରିଥିଲେ। ଏହାସହ ହକି ତାରକା ନମିତା ଟପ୍ପୋ ଓ ଫୁଟବଲ୍‌ ଖେଳାଳି ଜବାମଣି ଟୁଡୁଙ୍କୁ ମଧ୍ୟ ସେମାନଙ୍କ ଉଲ୍ଲେଖନୀୟ କୃତିତ୍ଵ ପାଇଁ ପୁରସ୍କୃତ କରାଯିବ।

ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲୟଜ(ଇମ୍ଫା)ର ଅନୁଷ୍ଠାନ ଇମ୍ପାକ୍ଟ ପକ୍ଷରୁ କ୍ରୀଡ଼ାକୁ ପ୍ରୋତ୍ସାହନ ସକାଶେ ପ୍ରତି ବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

Comment