ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲାକାତା ପିଙ୍କ୍ ବଲ୍ ଟେଷ୍ଟର ଶେଷ ଦୁଇ ଦିନର ଟିକେଟ୍ ଟଙ୍କାକୁ ଫେରି ପାଇବେ ଦର୍ଶକ। ଏନେଇ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ ନିଷ୍ପତ୍ତି ନେଇଛି। ଟେଷ୍ଟର ଚତୁର୍ଥ ଓ ପଞ୍ଚମ ଦିନ ପାଇଁ କରାଯାଇଥିବା ଟିକେଟକୁ ଫେରାଯିବ। ଏହାସହ ଅଫ୍‌ଲାଇନରେ ଟିକେଟ କରିଥିବା ଲୋକ ମଧ୍ୟ ଅଫଲାଇନରେ ଟିକେଟ ଫେରି ପାଇବେ।

ସାଧାରଣତଃ ବର୍ଷା କିମ୍ବା ଖରାପ ପାଗ ଯୋଗୁଁ ମ୍ୟାଚ୍ ବାତିଲ୍ ହେଲେ ଦର୍ଶକଙ୍କୁ ଟିକେଟ୍ ଟଙ୍କା ଫେରାଯାଇଥାଏ। ତେବେ ପ୍ରଥମ ଥର ପାଇଁ ମ୍ୟାଚ୍ ଭଲରେ ଶେଷ ହୋଇଥିଲେ ମଧ୍ୟ ବଳକା ଦିନ ପାଇଁ ଦର୍ଶକଙ୍କୁ ଟଙ୍କା ଫେରାଯିବ।

କୋଲକାତାରେ ହୋଇଥିବା ଭାରତ-ବାଂଲାଦେଶ ଟେଷ୍ଟ ମାତ୍ର ଅଢେଇ ଦିନରେ ଶେଷ ହୋଇଯାଇଥିଲା। ଫଳରେ ଚତୁର୍ଥ ଓ ପଞ୍ଚମ ଦିନ ପାଇଁ ଟିକେଟ୍ କିଣିଥିବା ଦର୍ଶକମାନେ ମ୍ୟାଚ୍ ଦେଖିନପାରି ନିରାଶ ହୋଇଥିଲେ। ଏଥିପାଇଁ ବେଙ୍ଗଲ୍ କ୍ରିକେଟ୍ ଆସୋସିଏସନ୍ ଏପରି ନିଷ୍ପତ୍ତି ନେଇଛି।

Comment