ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଦେବ ଦୀପାବଳି ନୀତି। ମାର୍ଗଶୀର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଦେବ ଦୀପାବଳି ଅନୁଷ୍ଠିତ ହୋଇଥାଏ। ଚତୁର୍ଦ୍ଦଶୀ ଅମାବାସ୍ୟା ଓ ପ୍ରତିପଦ ତିନି ଦିନ ଧରି ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବ।

ଏହି ନୀତି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ। ଏଥିପାଇଁ ତିନିଠାକୁର ଶ୍ୱେତ ବସ୍ତ୍ର ପରିଧାନ କରିବେ। ଏହି ଶ୍ୱେତ ବସ୍ତ୍ର ପରିଧାନ କରି ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିଥା’ନ୍ତି।

ଠାକୁରଙ୍କୁ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯିବ। ଏହାପରେ ପୂଜାପଣ୍ଡାମାନେ ପିଣ୍ଡ ଦାନ କରିବେ। ଶ୍ରାଦ୍ଧ ନୀତି ଶେଷ ହେବା ପରେ ମହାଦୀପ ଉଠିବ।

Comment