ଓଡ଼ିଶାଲାଇଭ୍ ବ୍ୟୁରୋ

ଘନ କୁହୁଡ଼ି ଘେରରେ ଓଡ଼ିଶା। ଗତ ଦୁଇ ଦିନ ହେଲା ରାଜଧାନୀ ଭୁବନେଶ୍ୱର ଓ କଟକରେ କୁହୁଡ଼ିର ଚାଦର ଦେଖିବାକୁ ମିଳିଛି। ଆଜି ଭୋର୍‌ ବେଳୁ ରାଜଧାନୀରେ କୁହୁଡ଼ିର ଆସ୍ତରଣ ଜମିଛି।

ଘନ କୁହୁଡ଼ି ଯୋଗୁଁ ଯାତାୟାତରେ ବାଧାପ୍ରାପ୍ତ ହୋଇଛି।

ଅନ୍ୟପଟେ ଦିନ ଅପେକ୍ଷା ରାତିରେ ଜାଡ଼ କମ୍‌ ରହିବ।

ପାଣିପାଗ ବିଭାଗ ତରଫରୁ କୁହାଯାଇଛି ଯେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, ବଲାଙ୍ଗିର, କେନ୍ଦୁଝର, ଅନୁଗୁଳ, ସୋନପୁର, ବୌଦ୍ଧ, ବରଗଡ଼, ଢେଙ୍କାନାଳ, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ହେବାର ସମ୍ଭାବନା ରହିଛି।

Comment