ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବର୍ଷକୁ ବର୍ଷ ବୃଦ୍ଧି ପାଉଛି ଦଷ୍କର୍ମ ମାମଲା। ଏପରିକି ରାଜ୍ୟରେ ପ୍ରତିଦିନ ପ୍ରାୟ ୭ ଜଣ ଯୁବତୀ ଦୁଷ୍କର୍ମର ଶିକାର ହେଉଛନ୍ତି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି।
ସୋମବାର ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟରେ ଦୁଷ୍କର୍ମ ମାମଲାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଯାହାର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, “ଚଳିତ ବର୍ଷ ୬ ମାସ ଭିତରେ ମୋଟ୍ ୬୦୪ ଜଣ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ୨୦୧୮ ମସିହାରେ ପ୍ରତିଦିନ ରାଜ୍ୟରେ ୪ଜଣ ଯୁବତୀ ଦୁଷ୍କର୍ମର ଶିକାର ହେଉଥିଲେ ଯାହା ୨୦୧୯ ବେଳକୁ ବୃଦ୍ଧି ପାଇଁ ୭ରେ ପହଞ୍ଚିଛି।”
ଏହାସହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମୋଟ୍ ୨୫୦୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ତା’ଭିତରୁ ୧୦୭୩ଟି ମାମଲାର ବିଚାର ହୋଇସାରିଛି। ଅନ୍ୟ ମାମଲାଗୁଡ଼ିକ ବର୍ତ୍ତମାନ ପର୍ଯ୍ୟନ୍ତ ବିଚାରଧୀନ ଅବସ୍ଥାରେ ରହିଛି। ୧୦୭୩ ମାମଲାରୁ ୧୯୭ଟି ମାମଲାରେ ଦୁଷ୍କର୍ମକାରୀ ଦଣ୍ଡିତ ହୋଇଥିଲା ବେଳେ ୮୭୬ଟି ମାମଲାରେ ଦୋଷୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି।