ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ରରେ ଅନେକ ଡ୍ରାମାବାଜି ପରେ ନୂଆ ସରକାର ଗଠନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହିତ ଗୁଡ଼ିଏ ମନ୍ତ୍ରୀ ବି ଶପଥ ନେବେ। ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନାମ ତ ଆଗରୁ ଘୋଷଣା ସରିଛି।

ଏ ସବୁ ଭିତରେ ଅଜିତ ପାୱାରଙ୍କ ଭାଗ୍ୟ କ’ଣ ହେବ ତାହାରି ଉପରେ ସମସ୍ତଙ୍କର ନଜର ରହିଛି। ନୂଆ ସରକାରରେ ଆଜିତଙ୍କ ଭୂମିକାକୁ ନେଇ କିଛି ସ୍ପଷ୍ଟ ସଂକେତ ମିଳୁନାହିଁ। ନିଜେ ଅଜିତ କହିଛନ୍ତି ଯେ, ତାଙ୍କ ଦଳର ଯିଏ ବି ମନ୍ତ୍ରୀ ହୁଅନ୍ତୁ ସେଥିରେ ତାଙ୍କର ଆପତ୍ତି ନାହିଁ।

ଏଣେ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ, ଅଜିତଙ୍କୁ ଏକ ବଡ଼ ଦାୟିତ୍ୱ ଦିଆଯିବ ଓ ଦଳ ଭିତରେ ତାଙ୍କ ସ୍ଥାନ କୌଣସି ପ୍ରକାର ତଳକୁ ଖସିବ ନାହିଁ। ତେଣେ ଶୁଣାଯାଉଛି ଶିବସେନା ପକ୍ଷରୁ ଅଜିତଙ୍କୁ ମନ୍ତ୍ରୀ ପଦ ଯଚାଯିବ। ମେଣ୍ଟରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ଯାଉଛନ୍ତି ବୋଲି  ଅନ୍ୟ ଜଣେ ନେତା କହିଛନ୍ତି।

Comment