ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରୋଇ ହସ୍ପିଟାଲ ନାଁରେ ଆସିଲା ସାଂଘାତିକ ଅଭିଯୋଗ। ଏଭଳି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଭୁବନେଶ୍ଵରସ୍ଥିତ କେୟାର ହସ୍ପିଟାଲ ମାଲିକଙ୍କ ପାକିସ୍ତାନ ଲିଙ୍କ ଥିବା ପ୍ରଦୀପ୍ତ ନାଏକ କହିଛନ୍ତି।

“କେୟାର ହସ୍ପିଟାଲ ମାଲିକ ହେଉଛନ୍ତି ପାକିସ୍ତାନର। ତାଙ୍କ ନାଁରେ ଅପରାଧିକ ମାମଲା ରହିଛି। ଏଯାଏଁ ଏହି ହସ୍ପିଟାଲକୁ ଏନ୍‌ଓସି ମିଳିନାହିଁ। ତେବେ କିପରି ଏହା ବିକ୍ରି ହେଲା ଓ କେଉଁ ପରିସ୍ଥିତିରେ ଜଣେ ଅପରାଧୀ ବ୍ୟକ୍ତିଙ୍କୁ ଏହା ବିକ୍ରି କରାଗଲା”, ବିଧାନସଭା ଶୂନ୍ୟକାଳରେ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା।

ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି କେୟାର ହସ୍ପିଟାଲ କର୍ତ୍ତୃପକ୍ଷ। ଏନେଇ କର୍ତ୍ତୃପକ୍ଷ କହିଛନ୍ତି, “ହସ୍ପିଟାଲର ମାଲିକାନା ଏଭର କେୟାର ଗ୍ରୁପ ମାଲିକାନରେ ରହିଛି। ପାକିସ୍ତାନର କୌଣସି ବ୍ୟକ୍ତି ହସ୍ପିଟାଲ ସହ ସମ୍ପୃକ୍ତ ନାହାନ୍ତି।”

Comment