ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଗନ୍ଧିତ ବାସ୍ନା ବ୍ୟତୀତ ଗୋଲାପ ଜଳରେ ଅନେକ ସ୍ୱାସ୍ଥ୍ୟ ଉପଯୋଗୀ ଗୁଣ ଭରପୁର୍ ରହିଛି। ଏହାର ଉପକାରିତା ଖୁବକମ୍ ଲୋକଙ୍କୁ ଜଣା।

ଓଠ ନରମ ରଖେ: ଗୋଲାପ ପତ୍ର ଓ ସେଥିରେ ଗ୍ଲିସୋରିନ୍‌ ପକାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାପରେ ଏହାକୁ ଓଠରେ ଲଗାଇଲେ ଓଠ ନରମ ରହିବା ସହ ଚିକ୍କଣ ଦେଖାଯାଏ। ଗୋଲାପ ପାଖୁଡ଼ାକୁ ବାଟି କ୍ଷୀର ସହ ମିଶାଇ ଓଠରେ ଲଗାଇଲେ ଓଠରୁ କଳାଦାଗ ଛାଡ଼ିଯାଇଥାଏ। ନଚେତ୍‌, ରାତିରେ ଶୋଇବା ବେଳେ ଏକ ତୁଳାରେ ଗୋଲାପ ଜଳ ଲଗାଇ ଓଠକୁ ପୋଛି ଶୋଇବେ।

ଆଖି ପାଇଁ ଉପକାରୀ ଗୋଲାପ ଜଳ: ଆଖିର ଥକ୍କାପଣ ଦୂର କରିବାରେ ଗୋଲାପ ଜଳ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଚକ୍ଷୁ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ଏହା ତୁରନ୍ତ ଉପଶମ ଦେଇଥାଏ। ଏଥିସହ କେଶ ମୂଳରେ ରକ୍ତ ସଞ୍ଚାଳନ ଠିକ୍ ଭାବେ କରିବାରେ ଏହା ସହାୟକ ହୋଇଥାଏ।

ଆଖିତଳ କଳା ପଡ଼ିଥିଲେ: ଗୋଲାପ ଜଳକୁ ତୁଳାରେ ଭିଜାଇ ଆଖି ତଳେ ପଡ଼ିଥିବା କଳାଦାଗ ୧୦ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ପ୍ରତିଦିନ ୨ଥର ଏପରି କଲେ କଳାଦାଗରୁ ମୁକ୍ତି ମିଳେ।

ଗୋଲାପ ତେଲ: ଗୋଲାପ ତେଲରେ ଏଷ୍ଟ୍ରିଜେଣ୍ଟର ଅଦ୍ଭୁତ ଗୁଣ ଭରପୂର୍ ଥିବାରୁ କେଶ ସମସ୍ୟାରୁ ରକ୍ଷାକରିଥାଏ। ଏହାସହ ତ୍ୱଚା ନମନୀୟ କରିବା ଏବଂ ମାଂସପେଶୀକୁ ମଜଭୁତ୍ କରିବାରେ ସହାୟକ ହୋଇଥାଏ। ଗୋଲାପ ତେଲର ରକ୍ତ ବାହିକା ସହ ଅନୁବନ୍ଧ ଥିବା କାରଣରୁ ଏହା କ୍ଷତରୁ ପ୍ରବାହିତ ହେଉଥିବା ରକ୍ତକୁ ତୁରନ୍ତ ରୋକିପାରେ।

ଗୋଲାପ ଚା’: ଗୋଲାପ ଫୁଲକୁ ହର୍ବାଲ୍ ଚା’ ଭାବେ ମଧ୍ୟ ବ୍ୟବହାର କରାଯାଇପାରେ। ଏହାର ସେବନ ଦ୍ୱାରା ପେଟରୋଗ ଏବଂ ମୂତ୍ରାଶୟଜନିତ ସଂକ୍ରମଣରୁ ଆରୋଗ୍ୟ ମିଳିଥାଏ।

Comment