ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୌନ୍ଦର୍ଯ୍ୟର ବାହକ ଏବଂ ସୁଗନ୍ଧିତ ବାସ୍ନା ବ୍ୟତୀତ ଗୋଲାପ ଫୁଲରେ ଅନେକ ସ୍ୱାସ୍ଥ୍ୟ ଉପଯୋଗୀ ଗୁଣ ଭରପୁର୍ ରହିଛି। ଗୋଲାପ ଫୁଲ ଦ୍ୱାରା ଶରୀରର ଅନେକ ରୋଗରୁ ଆରୋଗ୍ୟ ପାଇ ହେବ। ଏହାର ଉପକାରିତା ଖୁବକମ୍ ଲୋକଙ୍କୁ ଜଣା।

ଆଖି ପାଇଁ ଉପକାରୀ ଗୋଲାପ

ଆଖିର ଥକ୍କାପଣ ଦୂର କରିବାରେ ଗୋଲାପ ଜଳ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଚକ୍ଷୁ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ଏହା ତୁରନ୍ତ ଉପଶମ ଦେଇଥାଏ। ଏଥିସହ କେଶ ମୂଳରେ ରକ୍ତ ସଞ୍ଚାଳନ ଠିକ୍ ଭାବେ କରିବାରେ ଏହା ସହାୟକ ହୋଇଥାଏ।

ଆଖିତଳ କଳା ପଡ଼ିଥିଲେ

ଗୋଲାପ ଜଳକୁ ତୁଳାରେ ଭିଜାଇ ଆଖି ତଳେ ପଡ଼ିଥିବା କଳାଦାଗ ୧୦ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ପ୍ରତିଦିନ ୨ଥର ଏପରି କଲେ କଳାଦାଗରୁ ମୁକ୍ତି ମିଳେ।

ଗୋଲାପ ତେଲ

ଗୋଲାପ ତେଲରେ ଏଷ୍ଟ୍ରିଜେଣ୍ଟର ଅଦ୍ଭୁତ ଗୁଣ ଭରପୂର୍ ଥିବାରୁ କେଶ ସମସ୍ୟାରୁ ରକ୍ଷାକରିଥାଏ। ଏହାସହ ତ୍ୱଚା ନମନୀୟ କରିବା ଏବଂ ମାଂସପେଶୀକୁ ମଜଭୁତ୍ କରିବାରେ ସହାୟକ ହୋଇଥାଏ। ଗୋଲାପ ତେଲର ରକ୍ତ ବାହିକା ସହ ଅନୁବନ୍ଧ ଥିବା କାରଣରୁ ଏହା କ୍ଷତରୁ ପ୍ରବାହିତ ହେଉଥିବା ରକ୍ତକୁ ତୁରନ୍ତ ରୋକିପାରେ। ଆତ୍ମବିଶ୍ୱାସ ବଢ଼ାଇବାରେ ମଧ୍ୟ ଗୋଲାପ ତେଲ ବେଶ୍ ସାହାଯ୍ୟ କରିଥାଏ। ଅବସାଦ ଏବଂ ଚିନ୍ତାଜନିତ ସମସ୍ୟାରୁ ରକ୍ଷାକରେ।

ଗୋଲାପ ଫଳ

ଏଥିରେ ଭିଟାମିନ୍ ଏ, ବି-୩, ସି, ଡି ଏବଂ ଇ ଭରପୂର୍ ମାତ୍ରାରେ ଥାଏ। ଭିଟାମିନ୍ ସି ପ୍ରଚୁର ଥିବାରୁ ଡାଇରିଆ ରୋଗରୁ ତୁରନ୍ତ ଉପଶମ ଦେଇଥାଏ।

ଗୋଲାପ ଚା

ଗୋଲାପ ଫୁଲକୁ ହର୍ବାଲ୍ ଚା’ ଭାବେ ମଧ୍ୟ ବ୍ୟବହାର କରାଯାଇପାରେ। ଏହାର ସେବନ ଦ୍ୱାରା ପେଟରୋଗ ଏବଂ ମୂତ୍ରାଶୟଜନିତ ସଂକ୍ରମଣରୁ ଆରୋଗ୍ୟ ମିଳିଥାଏ।

ଦାନ୍ତ ଶକ୍ତ ହୁଏ

ଗୋଲାପ ଫୁଲର ପାଖୁଡ଼ା ଚୋବାଇ ଖାଇବା ଦ୍ବାରା ମାଢ଼ି ଓ ଦାନ୍ତ ଶକ୍ତ ହୋଇଥାଏ। ଏହାସହ ପାଟିରୁ ବାହାରୁ ଥିବା ଦୁର୍ଗନ୍ଧରୁ ମଧ୍ୟ ମୁକ୍ତି ମିଳେ।

ଓଠ ନରମ ରଖେ

ଗୋଲାପ ପତ୍ର ଓ ସେଥିରେ ଗ୍ଲିସୋରିନ୍‌ ପକାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାପରେ ଏହାକୁ ଓଠରେ ଲଗାଇଲେ ଓଠ ନରମ ରହିବା ସହ ଚିକ୍କଣ ଦେଖାଯାଏ।

Comment