ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): କୋଦାଳରେ ଛେଚି ଶ୍ରମିକଙ୍କୁ ହତ୍ୟା ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା କୈଳାସଚନ୍ଦ୍ରପୁରରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।

କୈଳାସଚନ୍ଦ୍ରପୁରରେ ଥିବା ମନରେଗା ଯୋଜନାରେ ୨୨ ଜଣ ଚାଷୀ ମିଳିତଭାବେ ୨୦ ଏକର ଜମିରେ DRDA ଅନୁମୋଦନ କ୍ରମେ ଲେମନ ଗ୍ରାସ ପ୍ଲାଣ୍ଟେସନ କାର୍ଯ୍ୟ କରୁଛନ୍ତି। ଏହି କାର୍ଯ୍ୟରେ ଚାଷୀ ୨୬ ଜଣ ଶ୍ରମିକଙ୍କୁ ନିୟୋଜିତ କରିଥିଲେ। ସେହି ଶ୍ରମିକମାନଙ୍କ ଭିତରୁ ଜଣଙ୍କୁ କେହି ଦୁର୍ବୃତ୍ତ କୋଦାଳରେ ଛେଚି ହତ୍ୟା କରିଛି।

ମୃତକ ଶ୍ରମିକ ହେଉଛନ୍ତି ମନୋରଞ୍ଜନ ମହାନ୍ତ। ଅନ୍ୟ ଶ୍ରମିକଙ୍କ କହିବା ଅନୁସାରେ ବୁଧବାର ମନୋରଞ୍ଜନ କିଛି ଦୂରକୁ ଏକାକୀ ଯାଇ କାମ କରୁଥିଲେ। ସେହି ସୁଯୋଗରେ କେହି ଦୁର୍ବୃତ୍ତ କୋଦାଳରେ ଛେଚି ହତ୍ୟାକରି ଘଟଣାସ୍ଥଳରୁ ଖସି ପଳାଇଛି।

ଘଟଣା ସମ୍ପର୍କରେ ସଙ୍ଗେ ସଙ୍ଗେ ବେତନଟୀ ଥାନା ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମନୋରଞ୍ଜନର ମୃତଦେହ ଜବତ କରିବା ସହିତ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତଜାରୀ ରଖିଛି।

Comment