ଓଡ଼ିଶାଲାଇଭ୍‌ ବ୍ୟୁରୋ

କାର୍‌ ଧକ୍କାରେ ମା’ର ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ଭାବେ ଆହତ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ୍‌ଏଚ୍‌ ୧୬ ସୁବୁଦ୍ଧିପାଟଣା ଛକରେ। ମା’, ଝିଅ ସାଇକେଲରେ ଯାଉଥିବା ବେଳେ ତାଙ୍କୁ କାର୍‌ ଧକ୍କା ଦେଇଥିଲା।

ସାଇକେଲରେ ମା’, ଝିଅ ଏନ୍‌ଏଚ୍‌ ୧୬ରେ ଯାଉଥିବା ବେଳେ ଦ୍ରୁତ ଗତିରେ ଏକ କାର୍‌ ତାଙ୍କୁ ପଛ ପଟରୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ମା’ର ମୃତ୍ୟୁ ଘଟିଥିଲା।

Comment