ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ସ୍ଥାନ ପାଇଲେ ଓଡ଼ିଆ ପୁଅ କାଳିଆ ପ୍ରଧାନ। ନେପାଳ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ ସେ ଭାରତୀୟ ଦୃଷ୍ଟିହୀନ ଦଳରେ ସ୍ଥାନ ପାଇଛନ୍ତି।

ଦଳରେ ସ୍ଥାନ ପାଇବା ପରେ କାଳିଆ କହିଛନ୍ତି, “ଦଳରେ ସ୍ଥାନ ପାଇବା ମୋ ପାଇଁ ଗର୍ବର ବିଷୟ। ଏହା ମୋ ପାଇ କେଉଁ ସ୍ୱପ୍ନଠାରୁ କମ୍ ନୁହେଁ। ୨୦୦୯ରୁ ଏଥିପାଇଁ ମୁଁ ପରିଶ୍ରମ କରୁଥିଲି ଯାହା ଆଜି ସଫଳ ହୋଇଛି।”

ଗଞ୍ଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା କାଳିଆ ଜନ୍ମରୁ ଦିବ୍ୟାଙ୍ଗ। ମାତ୍ର ୨୦ ବର୍ଷ ବୟସରେ କାଳିଆ ତାଙ୍କ ବାପାଙ୍କୁ ହରାଇଥିଲେ। ଏହାପରେ ପୁଅକୁ ଜଣେ ସଫଳ କ୍ରିକେଟର କରିବା ପାଇଁ ତାଙ୍କ ମା ଦିନ ମଜୁରିଆ ଭାବେ କାମ କରିବା ଆରମ୍ଭ କରିଦେଇଥିଲେ। ଆଜି ସେ ଭାରତୀୟ ଦଳରେ ସ୍ଥାନ ପାଇବା ପଛରେ ତାଙ୍କ ମା’ଙ୍କ ଯଥେଷ୍ଟ ଅବଦାନ ରହିଛି ବୋଲି କାଳିଆ କହିଛନ୍ତି।

ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘର ସଭାପତି ମହମ୍ମଦ ଜାଫର୍ କହିଛନ୍ତି ଯେ, କାଳିଆ ଭାରତୀୟ ଦଳରେ ସ୍ଥାନ ପାଇବା ଓଡ଼ିଶା ପାଇଁ ନିହାତି ଭାବେ ଗର୍ବର କଥା। ସେ ଷଷ୍ଠ ଓଡ଼ିଆ ଭାବେ ଭାରତୀୟ ଦୃଷ୍ଟିହୀନ ଦଳରେ ସ୍ଥାନ  ପାଇଛନ୍ତି।  କ୍ରିକେଟ ପ୍ରତି ତାଙ୍କର ପ୍ରତିଶ୍ରୁତି ଓ ଭଲପାଇବା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମହମ୍ମଦ ଜାଫର୍ କହିଛନ୍ତି।

Comment