ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ଖାରବେଳ ଭବନରେ ୨୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ୮ ହଜାର ୯୩୮ କୋଟି ଟଙ୍କା ପୁଞ୍ଜି ନିବେଶ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୨୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଭୁବନେଶ୍ଵରସ୍ଥିତ ଖାରବେଳ ନଗରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିବା ବେଳେ ୨୭ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ସବୁ ପ୍ରକଳ୍ପରେ ୮ ହଜାର ୯୩୮ କୋଟି ଟଙ୍କା ପୁଞ୍ଜି ନିବେଶ ହେବାକୁ ଥିବା ବେଳେ ଏଥିରେ ୧୨ ହଜାର ୧୪୨ ପ୍ରତିଶତ କର୍ମ ନିଯୁକ୍ତି ପାଇବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଓଡ଼ିଶା ଦେଶରେ ଏକ ନମ୍ଵର ରାଜ୍ୟ ଆଡ଼କୁ ଅଗ୍ରସର ହେଉଛି। ୨୦୧୯ ଅପ୍ରେଲରୁ ସେପ୍ଟେମ୍ଵର ମଧ୍ୟରେ ଓଡ଼ିଶା ଦେଶରେ ୧୮ ପ୍ରତିଶତ ନିବେଶ ପ୍ରାପ୍ତ କରିଥିଲା। ବର୍ତ୍ତମାନ ଆମକୁ ଏହି ଶିଳ୍ପ ବିକାଶ ଉପରେ ଧ୍ୟାନ ଦେବାକୁ ହେବ।”

ମେକ ଇନ ଓଡ଼ିଶା କନକ୍ଲେଭ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ୨୦୨୦ ମସିହା ନଭେମ୍ବର ୩୦ରୁ ଆରମ୍ଭ ହେବ ମେକ ଇନ ଓଡିଶା। ଏହାସହ ଓଡ଼ିଶା ଚଳଚ୍ଚିତ୍ର ନିଗମର ସ୍ୱତନ୍ତ୍ର ୱେବସାଇଟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନରେ ହେବ ବଲିଉଡ ଚଳଚ୍ଚିତ୍ରର ସୁଟିଂ ହେବ।

ଅନ୍ୟପକ୍ଷରେ ରାଜଗାଙ୍ଗପୁର ଓସିଏଲ ସିମେଣ୍ଟ କାରଖାନାର ସଂପ୍ରସାରଣ ହେବ। ଏଥିପାଇଁ ୧୯ ଶହ ୯୫ କୋଟି ଖର୍ଚ୍ଚ ହେବ। ୩୬୫ ଜଣଙ୍କୁ ନିଯୁକ୍ତି ମିଳିବ। ଶ୍ରୀ ସିମେଣ୍ଟ ମଧ୍ୟ ଓଡ଼ିଶାରେ କାରଖାନା କରିବ। ଏହାସହ ଭିତ୍ତିପ୍ରସ୍ତର ଦିଆଯାଇଥିବା ୨୨ଟି ଶିଳ୍ପାୟନରେ ନିବେଶ ହେବ ୬ ହଜାର ୧୦୦ କୋଟି ଟଙ୍କା।

Comment