ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନା ଦୋକାନ ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର। ଯେଉଁ ଅସାଧୁ ସୁନା ଦୋକାନୀମାନେ ଲୋକଙ୍କୁ ଠକୁଛନ୍ତି ସେମାନଙ୍କ ଉପରେ ଚଢ଼ାଉ କରୁଛି ସମବାୟ ବିଭାଗ।
“ରାଜ୍ୟରେ ଅନେକ ସୁନା ଦୋକାନୀ ସୁନା ଅପମିଶ୍ରଣ ଓ ଭୁଲ୍ ଓଜନ କରି ଲୋକଙ୍କୁ ଠକୁଛନ୍ତି। ଏଥିପାଇଁ ସମବାୟ ବିଭାଗ ତରଫରୁ ସୁନା ଦୋକାନ ଉପରେ ଚଢ଼ାଉ କରାଯାଇ ଫାଇନ୍ ଆଦାୟ କରାଯାଉଛି। ଆଗାମୀ ଦିନରେ ମଧ୍ୟ ଏହି ପକ୍ରିୟାକୁ ଆହୁରି ଜୋରଦାର୍ କରାଯିବ’’, ଶନିବାର ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି କଥା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ବହୁ ନାମକରା ସୁନା ଦୋକାନ ମଧ୍ୟ ଲୋକଙ୍କୁ ଠକୁଥିବା ସୂଚନା ମିଳୁଛି। ଏଥିପାଇଁ ବିଭାଗ ସେମାନଙ୍କ ଉପରେ ତୀକ୍ଷଣ୍ ନଜର ରଖିଛି। ଲୋକମାନେ କିଭଳି ସଠିକ୍ ଓଜନ ଓ ସଠିକ୍ ସୁନା ପାଇପାରିବେ ସେନେଇ ବିଭାଗ କାମ କରୁଛି ବୋଲି ସେ କହିଛନ୍ତି।
ଗତ ଦଶ ଦିନ ଭିତରେ ମୋଟ୍ ୪୦ଟି ଅସାଧୁ ସୁନା ଦୋକାନୀଙ୍କ ଉପରେ ଚଢ଼ାଉ କରି ସେମାନଙ୍କଠାରୁ ଫାଇନ୍ ଆଦାୟ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


















