ଓଡ଼ିଶାଲାଇଭ୍ ବ୍ୟୁରୋ

ପିଆଜର ଅହେତୁକ ଦର ବୃଦ୍ଧି ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଛି। ତେଣୁ ପିଆଜ ଦର ବୃଦ୍ଧିକୁ ପ୍ରତିବାଦ କରି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବହିଷ୍କାର ଦାବି କରିଛି ଛାତ୍ର କଂଗ୍ରେସ। ଏଥିସହ ଯୋଗାଣ ମନ୍ତ୍ରୀଙ୍କ ଘରକୁ ପିଆଜ ମାଡ଼ ମଧ୍ୟ ହୋଇଛି।

ପିଆଜ ଦର ବୃଦ୍ଧିକୁ ନେଇ ମଙ୍ଗଳବାର ଛାତ୍ର କଂଗ୍ରେସର ଏକ ବିଶାଳ ରାଲି କଂଗ୍ରେସ ଭବନରୁ ଯୋଗାଣମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲା। ବେକରେ ପିଆଜ ମାଳ ଓ ପିଆଜ ଦର ୧୫୦, ଆପଣ ମାନେ ଖୁସି ତ? ନାରା ଦେଇଥିଲେ ଛାତ୍ର।

ପୋଲିସ ଛାତ୍ରମାନଙ୍କୁ ଅଟାକାଇବାକୁ ଚେଷ୍ଟା କରିଥିଲା।  ଏହାପରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ବାସଭବନ ଉପରକୁ ପିଆଜ ମାଡ଼ କରିଥିଲେ।

କିଛି ଦିନ ତଳେ କଂଗ୍ରେସ ୪୦ ଟଙ୍କାରେ ପିଆଜ ବିକ୍ରି କରିଥିଲା। ରାଜ୍ୟ ସରକାର ପିଆଜ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇନାହାନ୍ତି, ତେଣୁ ଯୋଗାଣ ବିଭାଗ ମନ୍ତ୍ରୀ ତାଙ୍କ ପଦରୁ ବହିଷ୍କାର କରାଯାଉ ବୋଲି କଂଗ୍ରେସ ଦାବି କରିଥିଲା।

Comment