ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବଜାରରେ ପିଆଜ ଦର ଦେଢ଼ଶହ ଟଙ୍କା ପାର୍‌ କରିଛି। ଭୁବନେଶ୍ୱର ସମେତ ପ୍ରମୁଖ ସହରରେ ପିଆଜ ୧୬୦ ଟଙ୍କାରେ ବିକ୍ରି ହେଉଛି। ଫଳରେ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ପିଆଜ ଦର ନିୟନ୍ତ୍ରଣ ହେଉ ନଥିବାରୁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହାକୁ ଜାତୀୟ ସମସ୍ୟା କହିଛନ୍ତି।

‘‘ଓଡ଼ିଶାରେ କେବଳ ପିଆଜ ସମସ୍ୟା ଦେଖାଦେଇନି। ସାରା ଭାରତରେ ଏହି ସମସ୍ୟା ଦେଖାଦେଇଛି। ନାସିକ୍‌ରେ ଏକର ପିଛା ୩ ଟନ୍‌ ପିଆଜ ଉତ୍ପାଦନ ହେଉଥିଲା। ଏବେ ୧୦ କୁଇଣ୍ଟାଲରେ ସୀମିତ ଅଛି। ଭାରତରେ ୧୨ ଲକ୍ଷ ମେଟ୍ରିକ ଟନ୍ ଟନ୍ ପିଆଜ ଆବଶ୍ୟକତା ଥିବା ବେଳେ ଏବେ ଇଜିପ୍ଟରୁ ୧ ଲକ୍ଷ ମେଟ୍ରିକ ଟନ୍ ପିଆଜ ଆସୁଛି’’, କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ଏପଟେ ପିଆଜ ଦର ଆକାଶଛୁଆଁ ହୋଇଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ତେଜୁଛି। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରୀଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ମନ୍ତ୍ରୀ ବାସଭବନ ଆଗରେ ପୋଲିସ ମୁତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here