ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଛୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ଶନିବାର ହଷ୍ଟେଲରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି  ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଅଧ୍ୟାପିକାଙ୍କ ଜଣେ ସମ୍ପର୍କୀୟ ଭାଇ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପୀଡ଼ିତା ଗତ ଅକ୍ଟୋବର ୩୦ରେ ସ୍ଥାନୀୟ ଝାରପୋଖରିଆ ଥାନାରେ ଅଭିଯୋଗ କରିଥିଲେ। ହେଲେ ଅଭିଯୋଗର ଏକ ମାସ ପରେ ମଧ୍ୟ ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।

ଶନିବାର ସନ୍ଧ୍ୟାରେ ପୀଡ଼ିତା ନିଜ ହଷ୍ଟେଲରେ ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି। ଏନେଇ ହଷ୍ଟେଲ କର୍ମଚାରୀ ଖବର ପାଇ ରୁମ୍‌ କବାଟ ଭାଙ୍ଗିଥିଲେ। ଘଟଣାସ୍ଥଳରେ ରାଇରଙ୍ଗପୁର ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିଛି।

ଏବେ ପୀଡ଼ିତାଜଣକ ଆତ୍ମହତ୍ୟା କରିବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା କାର୍ଯ୍ୟରେ ଅବହେଳା ଯୋଗୁଁ ମୟୁରଭଞ୍ଜ ଏସ୍‌ପି ଝାରପୋଖରିଆ ଥାନା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି। ଅନ୍ୟପକ୍ଷରେ ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।

Comment