ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ରାଇରଙ୍ଗପୁର କଲେଜର ଅଧ୍ୟାପିକାଙ୍କ ଆତ୍ମହତ୍ୟା ପରେ ତତ୍ପରତା ଦେଖାଇଛି ରାଜ୍ୟ ପୋଲିସ୍। ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ଝାରପୋଖରିୟା ଥାନା ଆଇଆଇସି ଶରତ ମହାଳିକଙ୍କ ନିଲମ୍ବନ କରାଯାଇଛି।
ଆଇଆଇସି ନିଲମ୍ବିତ ହୋଇଥିବା ନେଇ ଡିଜିପି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ତଦନ୍ତ ଅଧିକାରୀ ଏଏସ୍ଆଇଙ୍କୁ ନିଲମ୍ବନ କରାଯାଇଥିଲା। ଶନିବାର କଲେଜ ହଷ୍ଟେଲରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ଅଧ୍ୟାପିକା।