ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧାରଣାରେ ବସି ଭାଷଣ ଦେଉଥିବା ବେଳେ ହଠାତ୍‌ ଚାଲିଗଲା ଜୀବନ। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ଵର ପିଏମ୍‌ଜି ଛକରେ। ଓଟିଇଟି ପରୀକ୍ଷା ପୁନଃ ମୂଲ୍ୟାୟନ ନେଇ ଧାରଣ ଦେଇଥିଲେ। ଶିକ୍ଷକ ଜଣକ ହେଉଛନ୍ତି ମୟୂରଭଞ୍ଜ ଗୋପବନ୍ଧୁ ନଗରର ନିରଞ୍ଜନ ବାରିକ।

ଭୁବନେଶ୍ଵର ପିଏମ୍‌ଜି ଛକରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଓଟିଇଟି ପରୀକ୍ଷା ପୁନଃ ମୂଲ୍ୟାୟନ ନେଇ ଆନ୍ଦୋଳନ ଚାଲିଥିଲା। ଏଥିରେ ଶିକ୍ଷକ ନିରଞ୍ଜନ ବାରିକ ଭାଷଣ ଦେଉଥିବା ସମୟରେ ଆକସ୍ମିକ ଭାବରେ ଟଳି ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ହୃତଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ଶିଷକଙ୍କ ଶବ ରଖି କ୍ଷତି ପୂରଣ ଦାବି କରିଛି ସଂଘ। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଛି।

Comment