ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। କେନ୍ଦ୍ରାଞ୍ଚଳ ଡିଆଇଜି ଗଣମାଧ୍ୟମକୁ କହିଛନ୍ତି, ‘‘୧୬୪ ଅଧାରରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ନାବାଳିକାଙ୍କ ବୟାନକୁ ରେକର୍ଡ କରାଯାଇଛି। ଏହି ମାମଲାରେ ୨୦ ଦିନ ଭିତରେ ଚାର୍ଜସିଟ୍ ପ୍ରସ୍ତୁତ କରିବାକୁ ବ୍ୟବସ୍ଥା କରିଛୁ। ଏହି ଘଟଣାର ତଦନ୍ତ କରିବାକୁ ୪ଟି ସ୍ପେଶାଲ ଟିମ୍ ମଧ୍ୟ ଗଠନ କରାଯାଇଛି।’’
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବହୁତ ଶୀଘ୍ର ଏହି ଘଟଣାର ପର୍ଦ୍ଦାଫାସ ହେବ। ଯୁବତୀଙ୍କ ଅଭିଯୋଗ ଅଧାରରେ ଯେଉଁ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିଲା, ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବହିଷ୍କୃତ ପୋଲିସ କନ୍ଷ୍ଟେବଲ। ଚାକିରିରେ ନ ଥାଇ ବି ପୋଲିସ ପରିଚୟ ପତ୍ର ବ୍ୟବହାର କରୁଥିବାରୁ ତାଙ୍କ ନାମରେ ଆଉ ଏକ ମାମଲା ରୁଜୁ କରାଯାଇଛି।
ଅଭିଯୁକ୍ତଙ୍କ ନାମରେ ଦଫା ୩୬୩, ୩୭୬ (ଡିଏ), ୩୯୪ ଏବଂ ସେକ୍ସନ ୬ ପୋକ୍ସୋ ଅଧାରରେ ମାମଲା ରୁଜୁ କରାଯାଇଛି ବୋଲି ଗଣମାଧ୍ୟମକୁ କହିଛନ୍ତି ଡିଆଇଜି ଶ୍ରୀ ସିଂହ।