ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶର ହାଥରସରେ ୧୯ ବର୍ଷର ବାଳିକାକୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସଆଇଟି)କୁ ୧୦ ଦିନ ଅଧିକ ସମୟ ମିଳିଛି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଏହି ସମୟ ଦିଆଯାଇଛି।

ଏହାପୂର୍ବରୁ ଯୋଗୀ ସାତ ଦିନ ମଧ୍ୟରେ ଏହାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଏସଆଇଟିକୁ କହିଥିଲେ। ସେହି ଅନୁଯାୟୀ ଏସଆଇଟି ଆଜି ଏହାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଥିଲା।

ଗୃହ ସଚିବ ଭଗବାନ୍  ସ୍ୱରୂପଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍‌ରେ ଡିଜି ଚନ୍ଦ୍ର ପ୍ରକାଶ ଏବଂ ଏସପି ପୁନମ୍ ମଧ୍ୟ ସଦସ୍ୟ ଅଛନ୍ତି। ବତ୍ତର୍ମାନ ସୁଦ୍ଧା ଏହି ଟିମ୍‌ ପୀଡ଼ିତାଙ୍କ ପରିବାର ସମେତ  ୧୦୦ ଜଣଙ୍କ ବୟାନ ରେକର୍ଡ କରିସାରିଲାଣି। ଆଗାମୀ ୧୦ ଦିନ ତଦନ୍ତ ସାରି ଏହି ଟିମ୍‌ ସମ୍ପୂର୍ଣ୍ଣ ରିପୋର୍ଟ ଦେବ।

Comment